banner
Breaking

ଫୋନରେ ଗପୁଗପୁ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

0

ମହାକାଳପଡ଼ା,୧୯।୪(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ରବିବାର ରାତିରେ କାଳ ବୈଶାଖୀ ତାଣ୍ଡବ ରଚିଥିଲା। ଫଳରେ ବଡ଼ ବଡ଼ ଗଛ, ବିଦ୍ୟୁତ ଖୁଣ୍ଟ ଉପୁଡ଼ିବା ସହ ଘରର ଆଜବେଷ୍ଟସ ଉଡ଼ିଯାଇଛି। ଏହି ସମୟରେ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ବଉଳକଣି ପଞ୍ଚାୟତର ବେତବେଲାରି ଗ୍ରାମର ଯୁବ ଡିପ୍ଲୋମା ଇଞ୍ଜିନିୟର ନନ୍ଦନାଲ ମଣ୍ଡଳ (୨୪) ଚିଙ୍ଗୁଡ଼ି ଘେରିରେ ଥିଲେ। ବିଜୁଳି ଘଡ଼ଘଡ଼ି ମାରୁଥିବା ସମୟରେ ସେ ଫୋନ୍‌ରେ ଗପୁଥିଲେ। ଫଳରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Khansweb Solution Bhubaneswar

Leave A Reply

Your email address will not be published.