banner
Breaking

ଅସାବଧାନତା କ୍ଷଣିକ ମଧ୍ୟରେ ମୃତ୍ୟୁକୁ ଡାକିଆଣେ-ଡିସିପି। କସ୍ତୁରୀର ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ

0

ଭୁବନେଶ୍ୱର ୦୪/୦୧(ଓଡ଼ିଆ ନ୍ୟୁଜ) ଓଡିଶାର ଅଗ୍ରଣୀ ଶିକ୍ଷାଭିିତ୍ତିକ ସ୍ୱେଚ୍ଛାସେବୀ ଅନୁଷ୍ଟାନ କସ୍ତୁରୀ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଚନ୍ଦ୍ରଶେଖରପୁର ରେଲବିହାର ସ୍ଥିତ ସରକାରୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂପାଦକ ଭାସ୍କର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଥିଲେ ଗାଡି ଚଲାଇବା ବେଳେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଏଥିସହିତ ହେଲ୍ମେଟ୍ ପିନ୍ଧିବା, ରାସ୍ତାର ବାମପଟେ ଯିବା, ଓଭର୍ଟେକିଂ କଲାବେଳେ ଡାହାଣପଟେ କରିବା, ଟ୍ରାଫିକ୍ ସଙ୍କେତ ମାନିବା, ଗାଡି ଚଳାଇବା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ନ କରିବା, ମଦ୍ୟପାନ କରି ଗାଡି ନ ଚଳାଇବା ଇତ୍ୟାଦି ଆବଶ୍ୟକ । ଏଥିରୁ ଟିକିଏ ବ୍ୟତିକ୍ରମ ହେଲେ କ୍ଷଣିକ ମଧ୍ୟରେ ଦୁର୍ଘଟଣା ଘଟି ମୃତ୍ୟୁ ଆସି ଯାଇପାରେ । ତେଣୁ ତୁମେମାନେ ଦେଶର ଭବିଷ୍ୟତ । ଏଥିପ୍ରତି ଧ୍ୟାନ ରଖିବା ଉଚିତ୍ । ତୁମେ ନିଜେ ସଚେତନ ହେବା ସହିତ ଘରେ ବାପା-ମାଆ, ଭାଇ-ଭଉଣୀ ମାନଙ୍କୁ ଟ୍ରାଫିକ୍ ସଚେତନତା ବାବଦରେ ବୁଝାଇବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଚନ୍ଦ୍ରମଣୀ ବେହେରା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀବାଳା ପରିଡା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଟ୍ରାଫିକ୍ ସଙ୍କେତ ଓ ନିୟମାବଳୀ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟାଶା, ଅର୍ପିତା ଓ ରୋଜି ପରିଚାଳନା କରିଥିବା ବେଳେ ଶୁଶ୍ରୀ ଅଙ୍କିତା ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.