banner
Breaking

ଉଠିଲା ୩୭୦, ରାଜ୍ୟ ସଭାରେ ହଟ୍ଟଗୋଳ, ଅମିତ ଶାହାଙ୍କ ବିବୃତି

0

ନୂଆଦିଲ୍ଲୀ,୫ ।୮: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସାରିବା ପରେ ରାଜ୍ୟସଭାରେ ବିବୃତ ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପାଇଁ ସଂକଳ୍ପ ଆଗତ କରିଛନ୍ତି ଶାହା । ଏହା ସହ ଜମ୍ମୁ-କାଶ୍ମୀର ବିଭାଜନ ନେଇ ସରକାର ଆଇନ ଆଇନ ଆଣିବେ ବୋଲି ଅମିତ କହିଛନ୍ତି । ତେବେ ଅମିତ ଶାହାଙ୍କ ପ୍ରସ୍ତାବ ବେଳେ ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖାଦେଇଛି ।

ଭାରତୀୟ ସମ୍ବିଧାନରେ ଜମ୍ମୁ କାଶ୍ମୀର କୁ ମିଳିଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଉଛେଦ କରାଯିବ । ଜମ୍ମୁ ଓ କାଶ୍ମୀର ବର୍ତମାନ କେନ୍ଦ୍ର ଶାସିତ ଅଂଚଳ ରହିବ। ପ୍ରମୁଖ ୩୫ଏ ସମ୍ପୂର୍ଣ ଉଛେଦ। ସମ୍ବିଧାନର ୩୭୦ ଧାରା ରେ ଥିବା ଗୋଟିଏ ଅନୁଛେଦ ଛାଡି ସବୁ କୁ ଉଛେଦ କଲା କେନ୍ଦ୍ର ସରକାର। ଆଜି ଏଭଳି ଘୋଷଣା କରିଛନ୍ତି ଗୃହ ମନ୍ତ୍ରୀ। ସେ କହିଛନ୍ତି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ନୂଆ ନିୟମ ଲାଘୁ ହେବ। ଏହି ଘୋଷଣା ପରେ ସଂସଦ ଗୃହରେ କଂଗ୍ରେସ, ଆପ ଓ ଆନ୍ୟ ବିରୋଧୀ ଦଳ ଜୋର ଦାର ବିରୋଧ ପ୍ରଦର୍ଶନ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.