banner
Breaking

କରୁଣାନିଧିଙ୍କ ଶେଷ କୃତ୍ୟ ସଂପନ୍ନ ! ମେରିନା ବିଚ୍‌ରେ ଦିଆଗଲା ସମାଧି

0

ଚେନ୍ନାଇ: ଦ୍ରାବିଡ଼ କିମ୍ବଦନ୍ତୀ ପୁରୁଷ ତଥା ତାମିଲ୍‌ ରାଜନୀତିର ଭୀଷ୍ମ ପିତାମହ ଏମ. କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଚେନ୍ନାଇର ମେରିନା ବିଚ୍‌ରେ ସମାଧୀ ଦିଆଯାଇଛି କରୁଣାନିଧିଙ୍କୁ। ମାଟିର ମଣିଷ ମାଟି କୋଳରେ ନେଇଛନ୍ତି ଶେଷ ବିଶ୍ରାମ। ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଚେନ୍ନାଇର ରାଜାଜୀ ହଲରୁ କରୁଣାନିଧିଙ୍କ ମର ଶରୀରକୁ ବୁଧବାର ଅପରାହ୍ଣରେ ଅଣାଯାଇଥିଲା ମେରିନା ବିଚ୍‌। ସେଠାରେ କରୁଣାନିଧିଙ୍କ ମରଶରୀରରେ ତାଙ୍କର ପରିବାର ବର୍ଗ ଓ ଡିଏମ୍‌କେର ତୁଙ୍ଗ ନେତା ଶେଷ ଦର୍ଶନ କରିଥିଲେ। ଏହାପରେ ତାମିଲନାଡୁ ପୁଲିସ ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା। କରୁଣାନିଧିଙ୍କ ତିନି ସନ୍ତାନ ଅଲାଗିରି, ଷ୍ଟାଲିନ୍‌ ଓ କାନିମୋଝି ଶେଷ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା।

ତାମିଲନାଡୁ ରାଜ୍ୟପାଳ ବନ୍‌ଓ୍ଵାରିଲାଲ୍‌ ପୁରୋହିତ,କେନ୍ଦ୍ରମନ୍ତ୍ରୀ ପନ୍‌ ରାଧାକ୍ରିଷ୍ଣନ୍‌,କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ,ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ,ବରିଷ୍ଠ କଂଗ୍ରେସ ନେତା ଗୁଲାମ୍‌ ନବୀ ଆଜାଦ୍‌ ଓ ତୃଣମୂଳ କଂଗ୍ରେସ ନେତା ଡେରେକ୍‌ ଓ ବ୍ରେନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କରୁଣାନିଧିଙ୍କ ମରଶରୀରକୁ କଫିନ୍‌ ମଧ୍ୟରେ ରଖାଯାଇ ସମାଧୀ ଦିଆଯାଇଥିଲା। ସମାଧୀ ଦିଆଯିବା ସମୟରେ ସେଠାରେ ଉପସ୍ଥିତ ଥିବା କରୁଣାନିଧିଙ୍କର ଅନୁଗାମୀ ଓ ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଭରିଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.