banner
Breaking

ଖୁସି ଖବର , ଖୁବଶୀଘ୍ର ଆସିବ କରୋନା ଔଷଧ

0

ନୂଆଦିଲ୍ଲୀ,୧୧।୧୧: ଖୁସି ଖବର। ଏବେ ବଜାରରେ ମେଡ୍‌ ଇନ୍‌ ଇନ୍‌ ଇଣ୍ଡିଆ ଆଣ୍ଟି କରୋନା କ୍ୟାପସୁଲ୍‌ ମିଳିବ। ଖୁବ୍‌ ଶୀଘ୍ର ଏହାର ବ୍ୟବହାର ଲାଗି ଅନୁମତି ପ୍ରଦାନ କରାଯିବ। ଏହାଦ୍ୱାରା କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଭାରତ ଆଉ ଏକ ନୂଆ ଅସ୍ତ୍ର ପାଇପାରିବ। ଏହି କ୍ୟାପସୁଲ୍‌ ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ରୋଗୀଙ୍କ ମୃତ୍ୟୁ ଆଶଙ୍କା କମାଯାଇ ପାରିବ ବୋଲି କୁହାଯାଉଛି।

ବିଦେଶରେ ବ୍ୟବହୃତ କରୋନାର ପ୍ରଥମ କ୍ୟାପସୁଲ୍‌ ମର୍କର ଆଣ୍ଟିଭାଇରାଲ ଔଷଧ ମଲନପୁରଭୀର କିଛି ଦିନ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ପାଇବ। କରୋନାର ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା ରୋଗୀଙ୍କୁ ଏହା ଦିଆ ଯାଇପାରିବ।

ଜର୍ମାନ କମ୍ପାନୀ ମର୍କର ମଲନପୁରଭିର ବ୍ୟତୀତ ଆମେରିକୀୟ କମ୍ପାନୀ ଫାଇଜର ମଧ୍ୟ ଏହାର କ୍ୟାପସୁଲ ପାକ୍ସଲୋଭିଡକୁ କିଛି ଦିନ ପୂର୍ବରୁ କରୋନା ବିରୁଦ୍ଧରେ ପ୍ରଭାବଶାଳୀ ଘୋଷଣା କରିଥିଲା। ଏହାଦ୍ୱାରା କରୋନା ଆକ୍ରାନ୍ତଙ୍କ ଗୁରୁତର ସ୍ଥିତିକୁ ଏଡାଇ ଦେଇହେବ ବୋଲି ସିଏସ୍‌ଆଇଆର୍‌ କୋଭିଡ୍‌ ଷ୍ଟ୍ରାଟେଜି ଗ୍ରୁପ୍‌ ଅଧ୍ୟକ୍ଷ ଡ.ରାମ ବିଶ୍ୱକର୍ମା କହିଛନ୍ତି।

ସୂଚନା ଅନୁଯାୟୀ, ଫାଇଜର ବଟିକା ପାକ୍ସଲୋଭିଡ ବଜାରକୁ ଆସିବା ପାଇଁ କିଛି ଦିନ ସମୟ ଲାଗିବ। ମହାମାରୀ ମୁକାବିଲାରେ ଟିକାକରଣ ଅପେକ୍ଷା ଏହା ଅଧିକ ପ୍ରଭାବଶାଳୀ ହେବ ବୋଲି ସେ କହିଛନ୍ତି। ଏବେ ପାଞ୍ଚଟି କମ୍ପାନୀ ଆଣ୍ଟି କରୋନା କ୍ୟାପସୁଲ୍‌ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି। ଏହି କ୍ୟାପସୁଲ୍‌ ବ୍ୟବହାର ଦ୍ୱାରା ଆକ୍ରାନ୍ତଙ୍କ ମୃତ୍ୟୁ ହେବାର ଆଶଙ୍କା ୮୯ ପ୍ରତିଶତ ହ୍ରାସ ପାଇବାର ଆଶା ରହିଛି ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.