banner
Breaking

ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

0

ଭୁବନେଶ୍ୱର ୨୨/୭ (ଓଡ଼ିଆ ନ୍ୟୁଜ) ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣାର ନିରାକରଣ ପାଇଁ ରାଜ୍ୟରେ ଏକ ଦୃଢ଼ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବାକୁ କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଙ୍କୁ ଏକ ସ୍ମାରକପତ୍ର ଦିଆଯିବା ସହ ଏଭଳି ଏକ ଆଇନ୍ ତୁରନ୍ତ ପ୍ରଚଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମିତ୍ତ ଅନୁରୋଧ କରାଯାଇଛି । ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ତଥା ଚତୁର୍ଥସ୍ତମ୍ବ କୁହାଯାଉଥିବା ସାମ୍ବାଦିକ ମାନଙ୍କୁ ବାରମ୍ବାର ଦୁଃର୍ବ୍ୟବହାର କରାଯାଉଛି । ନିଜ ଜୀବନକୁ ବାଜି ଲଗାଇ ଯେଉଁମାନେ ଖବର ସଂଗ୍ରହ କରି ଲୋକଲୋଚନକୁ ଆଣୁଛନ୍ତି । ଅନ୍ୟାୟ, ଅନୀତି, ବ୍ୟଭିଚାର, କଳା ବଜାରିର ମୁଖା ଖୋଲୁଥିବା ସାମ୍ବାଦିକ ମାନେ ଏବେ ଅସହାୟ ହୋଇପଡିଛନ୍ତି । ବିଭିନ୍ନ ସ୍ଥାନରେ ବିଭିନ୍ନ ମହଲରୁ ତାଙ୍କୁ ବାରମ୍ବାର ଆକ୍ରମଣ କରାଯାଉଛି । ଏହା ଗଣତନ୍ତ୍ରର ହତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ । ବିଗତ ଦିନରେ ଏକାଧିକ ଘଟଣା ଘଟିଯାଇଥିଲେ ମଧ୍ୟ ୧୭ତାରିଖ କେନ୍ଦ୍ରାପଡାଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ ଏସ୍ପି ନୀତି ଶେଖର ଦୁର୍ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଖୋଦ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରେ ଥାଇ ଯଦି ଏଭଳି ଘଟଣା ଘଟେ, ତେବେ ରାଜ୍ୟର ଜନସାଧାରଣଙ୍କ ଅବସ୍ଥା ଯାହାହେବ । ସାମ୍ବାଦିକଙ୍କ ସୁରକ୍ଷା ଆଇନ୍ ପ୍ରଣୟନ ଓ ମାଡ ମାରିଥିବା ଏସ୍ପିଙ୍କୁ ନିଲମ୍ବନ ଦାବିରେ କଳିଙ୍ଗ ସାମ୍ବାଦିକ ସଂଘ ତରଫରୁ ଦାବି କରାଯାଇଛି । ଆଜି କଳିଙ୍ଗ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଲିଙ୍ଗରାଜ ରାଉତ, ଉପସଭାପତି ନିରଞ୍ଜନ ରେଡି, ସ୍ମରଜିତ୍ ଆର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ବାଧାନରେ କଳିଙ୍ଗ ସାମ୍ବାଦିକ ସଂଘର ଏକ ପାଞ୍ଚଜଣିଆ ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବା ସହିତ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ମାନ୍ୟବର ରାଜ୍ୟପାଳ ଏହା ଉପରେ ତୁରନ୍ତ ହସ୍ତକ୍ଷେପ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଦଳରେ ରାଜ୍ୟ ଆବାହକ ସୁକାନ୍ତ ରାଉତ, ସଂପାଦକ ବିଦ୍ୟାଧର ବାରିକ, କୋଷାଧ୍ୟକ୍ଷ ଗୌରୀ ପ୍ରସାଦ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ମନୋରଂଜନ ମିଶ୍ର, ସଂପାଦକ ସୈାଭାଗ୍ୟ ରଂଜନ ମହାନ୍ତି ଯୋଗଦାନ କରିଥିଲେ । କଳିଙ୍ଗ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସହିତ ଅନ୍ୟାନ୍ୟ ସଂଗଠନର ସାମ୍ବାଦିକମାନେ ମଧ୍ୟ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.