banner
Breaking

ମା ଦକ୍ଷିଣ କାଳୀ ମନ୍ଦିରରେ କାଳୀ ପୂଜା ଓ ଦୀପାବଳି ଉତ୍ସବ

0

ଭୁବନେଶ୍ୱର ; ଚନ୍ଦ୍ରଶେଖରପୁର ପ୍ରେସ୍ କଲୋନୀ ସ୍ଥିତ ମା ଦକ୍ଷିଣ କାଳୀ ମନ୍ଦିରରେ ମା କାଳୀଙ୍କ ପୂଜା ଆରମ୍ଭ ହେବା ସହ ଦୀପାବଳି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ରାତିରେ ଅଙ୍କୁରାରୋପଣ ହୋଇ ସୋମବାର ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମନ୍ଦିରର ସମ୍ପାଦକ ଜନକର ସାହୁଙ୍କ ଭକ୍ତାବଧାନରେ ସ୍ଥାନୀୟ ସପ୍ତମ ବାଟାଲିୟନ ପୁଷ୍କରଣୀରୁ ପାଣି ଗ୍ରହଣ କରାଯିବା ପରେ ଘଟସ୍ଥାପନ, ମଣ୍ଡଳ ପୂଜା, ଉପଚାର ପୂଜା, ଚଣ୍ଡୀପାଠ, ସନ୍ଧିପୂଜା, ୧୦୮ ଦୀପ ଉତ୍ସର୍ଗ, କୁଷ୍ମାଣ୍ଡ ବଳିଦାନ, ଆଳତି ଓ ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା । ମନ୍ଦିରରେ ବହୁ ଭକ୍ତ ଉପସ୍ଥିତ ରହି ଦୀପାବଳି ଉତ୍ସବ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁ ଯୋଗଦେଇ ମା ଙ୍କ ଆଶୀର୍ବାଦ ଲାଭ କରିବା ସହିତ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଦିତ କରି ମିଠା ଖୁଆଇ ଦୀପାବଳି ମନାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ପ୍ରଶନ୍ନ କୁମାର ସାହୁ, ଚଗଲା ଜେନା, ମିଟୁ ପରିଡା, ଗଗନ ପଣ୍ଡା ଓ ବାବୁ ଭାଇ ଟିମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ । ଏହି ପୁଜା ଛଅ ଦିନ ଧରି ଚାଲିବ । ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନା ବଜାର, ଦୋଳିର ବ୍ୟବସ୍ଥା କରାଯାଇଛି । ତିନିଦିନ ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କମିଟି ପକ୍ଷରୁ ଜଣା ଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.