banner
Breaking

୯୦ ଦଶକର ଚର୍ଚ୍ଚିତ ଯାତ୍ରା ନାୟିକା ମିନା ଏବେ ରଙ୍ଗ ମିସ୍ତ୍ରୀ

ରିପୋର୍ଟ-ଅବନୀ କାନ୍ତ ଦାଶ,ଜଗତସିଂହପୁର

0

ଜଗତସିଂହପୁର,(ଓଡ଼ିଆ ନ୍ୟୁଜ):ମନୋରଞ୍ଜନର ସିଧାସଳଖ ମାଧ୍ୟମ ହେଉଛି ଯାତ୍ରା। ଗାଁ ହେଉ କି ସହର ରାତ୍ରିର ନିର୍ଜନତା ଭିତରେ ଭାସିଆସେ ଭିଲିଆନର ସେହି ଲୋମ ଟାଙ୍କୁରା ସ°ଳାପ ଏ ମୀନା ଖୂମ୍ପି ଦେଲୁ,ଭଲ କଲୁ, ତୋର ଏହି ଖୂମ୍ପାଟା ମୋ ଆଖିର ଲେନ୍ସ ଭିତରେ ଗୋଟିଏ ଗାର ହୋଇ ରହିଗଲା, ଆଜି ମୁଁ ତୋତେ ଖୂମ୍ପିବି ତୋ କଅଁଳିଆ ଦେହଟାକୁ ରକ୍ତାକ୍ତ କରିଦେବି। ଏଭଳି ସ°ଳାପ ସମସ୍ତଙ୍କ ଛାତି ଥରାଇ ଦେଉଥିଲା। ଯେଉଁ କଲେଜ ଝିଅ ଉଦ୍ଦେଶ୍ୟରେ ଏହା କୁହାଯାଉଥିଲା, ସେ ନାରୀ ଚରିତ୍ରରେ ଅଭିନୟ କରୁଥିଲେ ଜଣେ ପୁରୁଷ। ଦିନଥିଲା ରଙ୍ଗମଞ୍ଚରେ ଅଭିନୟ କରି ମନ ଜିଣିଥିଲେ ଏବେ କିନ୍ତୁ ଭାଗ୍ୟର ବିଡମ୍ବନା ଯୋଗୁ ରଙ୍ଗମିସ୍ତ୍ରି ଭାବେ କାମ କରୁଛନ୍ତି। ସେ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପଟିଲୋ ପଞ୍ଚାୟତ ଅନନ୍ତପୁର ଗ୍ରାମର ବଟକୃଷ୍ଣ ଜେନା ।୧୯୯୨ ମସିହାରେ ଜନତା ଗଣନାଟ୍ୟର ଚର୍ଚ୍ଚିତ ଯାତ୍ରା “ଶାଗୁଣା ବସିଛି ଡେଣା ମେଲେଇ “ରେ ନାରୀ କଳାକାର ମିନା ଭୂମିକାରେ ଅଭିନୟ କରି ଯାତ୍ରା ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ପ୍ରାୟ ୩୦ ବର୍ଷ ଧରି ଜନତା ଗଣନାଟ୍ୟ,ତୁଳସି ଗଣନାଟ୍ୟ,ତାରପୁର ଅପେରା,ଭାରତ ଗଣନାଟ୍ୟ ପ୍ରଭୂତି ଯାତ୍ରା ଅନୁଷ୍ଠାନରେ ନାରୀ କଳାକାର ଭାବେ ଅଭିନୟ କରି ସଫଳତାର ଅନେକ ଶିଡି ଚଢିଥିଲେ କିନ୍ତୁ ଆଜି ଯାଏ ତାଙ୍କୁ କଳାକାର ଭତ୍ତା କି ନିର୍ମାଣ ଶ୍ରମିକ ଭତ୍ତା ମିଳିନାହିଁ। ବୟସର ତୃତୀୟ ସୋପାନ ଅତିକ୍ରମ କରିସାରିଲେଣି। ମଞ୍ଚରେ ଖୁସି ବାଣ୍ଟୁଥିବା ନାୟିକା ଆଜି ଦୁଖଃରେ ଦିନ କାଟୁଛନ୍ତି। ଏନେଇ ସେ କୁହନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ କଳାକାର ଭତ୍ତା ହେଉ କିମ୍ବା ଆନ୍ୟ କୌଣସି ସାହାଯ୍ୟ ସହଯୋଗ ମିଳିଲେ କଳାକାରଙ୍କର ଦୁଃଖ ଦୂର ହେବ।

Khansweb Solution Bhubaneswar

Leave A Reply

Your email address will not be published.