banner
Breaking

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ କରୋନା ସଚେତନତା ଉପରେ ଆଲୋଚନା ଚକ୍ର।

0

କଳାହାଣ୍ଡି,୮/୫(ଓଡ଼ିଆ ନ୍ୟୁଜ):ମହାମାରୀ କରୋନା ସାରା ବିଶ୍ବରେ ତାଣ୍ଡବ ରଚି ଚାଲିଛି। ଦିନକୁ ଦିନ ତାହାର ଭୟଙ୍କର ପଞ୍ଝାରେ ନୀରିହ ଜୀବନକୁ କବଳିତ କରୁଛି। ଏଥିରୁ ମୁକ୍ତି ପାଇବା ପାଇଁ ପୁରା ମାନବଜାତି ଡହନ ବିକଳ ହେଉଛି।ବିଶ୍ବର ବୈଜ୍ଞାନିକ ମାନେ ନିର୍ଦ୍ଦିଷ୍ଟ ଔଷଧ ବାହାର କରିବାରେ ଫେଲ ମାରିଛନ୍ତି। ଏଭଳି ଏକ ଢଡିସନ୍ଧି ମୁହୁର୍ତ୍ତରେ ସଚେତନତା ଏକମାତ୍ର ଅସ୍ତ୍ର ଭାବରେ ଉଭା ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆଜି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ପକ୍ଷରୁ କରୋନା ସଚେତନତାକୁ ନେଇ ଗୁଗୁଲ୍ ମିଟ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l କୋଭିଡ-୧୯ ସମୟରେ ସତର୍କତା, ସଚେତନତା ଓ ସମ୍ବେଦନଶୀଳତା ବିଷୟବସ୍ତୁ ଉପରେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନିହାରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ କରୋନା ମହାମାରୀ ସମୟରେ ନିଜକୁ କିଭଳି ସୁସ୍ଥ ରଖିବା ଏବଂ ସଚେତନ ରଖିବା ଓ ପରିବାର, ଦେଶ ଏବଂ ମାନବଜାତି କିପରି କରୋନା ଦାଉରୁ ରକ୍ଷା ପାଇବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ମା ମାଣିକେଶ୍ବରୀ ଶାଖାର ଆୟୋଜକ ମନୋଜ ନାୟକ, ଇଂରାଜୀ ଓଡିଆ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ,ଭୁବନେଶ୍ୱର ପୁରୋହିତ, ରାଜ ଶର୍ମା, ମିନା ମୁଣ୍ଡ, ହେମନ୍ତ ମୁଣ୍ଡ, ବାସନ୍ତୀ ସାହୁ, ରୁପେଶ କୁମାର ପୁରୋହିତ ପ୍ରମୁଖ ଯୋଗଦାନ କରି କରୋନା ସମ୍ପର୍କିତ ସମସ୍ତ ସମସ୍ୟାର ମାର୍ଗ ତଥା ଏହାର ସମାଧାନ ଡାକ୍ତର ପଣ୍ଡାଙ୍କ ଠାରୁ ପ୍ରାପ୍ତ ହୋଇଥିଲେ l
ପରିଶେଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମସ୍ତ ସଦସ୍ୟ କରୋନା ମହାମାରୀର ଉଚିତ ପରାମର୍ଶ ହାସଲ କରିଥିବାରୁ ଡାକ୍ତର ପଣ୍ଡାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Khansweb Solution Bhubaneswar

Leave A Reply

Your email address will not be published.