banner
Breaking

ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ

0

କଳାହାଣ୍ଡି,୫/୨(ବ୍ୟୁରୋ) କଳାହାଣ୍ଡି ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ମାଓବାଦୀ ବିଛାଇ ଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୃତ ସାମ୍ବାଦିକ ହେଲେ ରୋହିତ ବିଶ୍ବାଳ । ତାଙ୍କ ଘର ମଦନପୁର ରାମପୁର ଥାନା ଅନ୍ତର୍ଗତ ମୋହନଗିରିରେ।
ସୂଚନାଯୋଗ୍ୟ କରଲାଖୁଣ୍ଟାରେ ମାଓବାଦୀଙ୍କ ପୋଷ୍ଟର ଏକ ଗଛରେ ଲାଗିଥିବା ବେଳେ ତଥ୍ୟ ସଂଗ୍ରହ ପାଇଁ ରୋହିତ ଉକ୍ତ ଗଛ ନିକଟକୁ ଯାଇଥିଲେ। ତେବେ ହଠାତ୍‌ ବିସ୍ଫୋରଣ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ସିଆରପିଏଫ୍‌ ଓ ପୋଲିସ ଛାଉଣୀ କରାଯାଇଛି।
ବିସ୍ଫୋରଣରେ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ସୁରକ୍ଷା କର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି 

Khansweb Solution Bhubaneswar

Leave A Reply

Your email address will not be published.