banner
Breaking

ଗଞ୍ଜେଇ ଓ ବୋଲବମ ଉପରେ ପଢନ୍ତୁ ଚିତ୍ତ ରଞ୍ଜନ ନାୟକଙ୍କ ବ୍ୟଙ୍ଗ କବିତା

0

******** ଶୁଣ ହେ ସାଇଁ *********
ଫଟରେ ତ କାଇଁ ଚିଲମ ନାଈଁ
————————————————-

ଗଡ ଜିତି ପୁଅ କଲିକତା ରୁ
ନେଇକି ଆସିଛି ପାଣି…..
ଦେଖିବ ଯଦିକେ ଦେଖିବ ଆସ ତା
ବୀର ବିକ୍ରମ ଠାଣି…..
ସିଏ ଭକତ ମଉଡ ମଣି…..
କୁମ୍ଭାଟୁଆ ପରି ଆଖି କରିଶିନ୍ତି
ଚିଲମ ଫଟେଇ ଟାଣି…….

ଗାଁ ରେ ସ୍କୁଲ ନଥିଲେବି ସେଠି
ତ୍ରିନାଥ ଗୋସେଇଂ ଥିବେ…….
phase wise ଭକତେ ପ୍ରସାଦ
ବୁଲାଅନ୍ତି ଶ୍ରଦ୍ଧାଭାବେ…….
କୁହ ହାଡ ଅଛି କାହା ଜିଭେ…….
ପ୍ରାସାଦକୁ ତାଙ୍କ ଗଞ୍ଜେଇ କହିଲେ
ନିଙ୍ଗ ଦେଖେଇ ଦେବେ……

ମାଇ ଯିଏ ଆଗ ଉଭା ହଉଥେଲେ
ଦେହେ ନାଗି ଠାକୁରାଣୀ……
ଅଣ୍ଡିରାଏ ଯିଏ ଛକରେ ବସନ୍ତି
ବିଶ୍ୱ ବିଜେତା ମଣି…..
ସବୁ ଭକ୍ତ ହୋଇ ସାରିଲେଣି…..
ତାଙ୍କୁ ଯଦି କିଏ ଅନ୍ୟ କଁ କହିବ
ସେକିବେ କଲର ଟାଣି……

ପେଙ୍ଗ ସୁଇ ଶିଖି ଚାଇନା ଠୁ ତେମେ
କିଣି ପକେଇଲ କଣ୍ଢେଇ…..
କି ଭଲେଣ୍ଟାଇନ ଶିଖିକି ହେଲ ଯେ
ପକଉଛ ଖାଲି କୁଣ୍ଢେଇ…..
ସବୁ ଚାଲିବେ ଏମିତି ଭଣ୍ଡେଇ…..
ଓଡ଼ିଆ ରେ କେବେ ଦେଖିଛୁ ତୋ ବୋପା
ଆଣିଥିଲା ପାଣି କାନ୍ଧେଇ…..?

( ସତ କହି ଦେଲି କି ? )

Khansweb Solution Bhubaneswar

Leave A Reply

Your email address will not be published.