banner
Breaking

ସରପଞ୍ଚଙ୍କୁ ମାଡ ତାତିଲେ ଲୋକ।

0

କବିସୂର୍ଯ୍ୟନଗର,୨୪ା୭(ବ୍ୟୁରୋ):କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ମାତ୍ର ଜଣେ ସରପଞ୍ଚ ସଙ୍ଗରୋଧ କେନ୍ଦ୍ର ତଦାରଖ ସାରି ଫେରୁଥିବାବେଳେ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକୋ କରିବା ପରେ ଏସ୍‌ପି ଜଣେ କନଷ୍ଟେବଳଙ୍କୁ ନିଲମ୍ବିତ କରିବା ସହ ଏସ୍‌ଆଇଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ବ୍ଲକ ଆଠଗଡପାଟଣା ପଞ୍ଚାୟତରେ।
ଆଠଗଡପାଟଣା ସରପଞ୍ଚ ସୁନୀଲ କୁମାର ପୋଲେଇ ଶୁକ୍ରବାର ସକାଳେ କବିସୂର୍ଯ୍ୟ ବିଦ୍ୟାପୀଠ ସ୍ଥିତ ସଙ୍ଗରୋଧ କେନ୍ଦ୍ରକୁ ଯାଇ ଅନ୍ତେବାସୀଙ୍କ ଖାଦ୍ୟପେୟ ବ୍ୟବସ୍ଥା ତଦାରଖ କରି ଘରକୁ ଫେରୁଥିଲେ। ରାସ୍ତାରେ ପୋଲିସ ପାଟ୍ରୋଲିଂ ଭ୍ୟାନ ତାଙ୍କୁ ଅଟକାଇ ମାସ୍କ କାହିଁକି ପିନ୍ଧିନାହଁ ବୋଲି ପଚାରିବା ସହ ନିସ୍ତୁକ ପିଟିଥିଲା। ସରପଞ୍ଚ ଗ୍ରାମରେ ପହଞ୍ଚତ୍ ଘଟଣା ସମ୍ପର୍କରେ କହିବା ପରେ ଶତାଧିକ ଲୋକ ଆସି ଆସିକା-ଭୁବନେଶ୍ୱର ମୁଖ୍ୟରାସ୍ତାକୁ ପ୍ରାୟ ୩ ଘଣ୍ଟା ଧରି ଅବରୋଧ କରିଥିଲେ। କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଥାନା ଅଧିକାରୀ ପ୍ରଭାତ ସାହୁ, ପୁରୁଷୋତ୍ତମପୁର ଏସ୍‌ଡିପିଓ ସୀମା ସ୍ବାଇଁ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏନେଇ ଏସ୍‌ପି ବ୍ରିଜେଶ କୁମାର ରଏଙ୍କୁ ଅବଗତ କରାଯାଇଥିଲା। କର୍ତ୍ତବ୍ୟରତ ସରପଞ୍ଚଙ୍କୁ ମାଡ଼ ମାରିଥିବା କନଷ୍ଟେବଳ ଅଶୋକ ମଲ୍ଲିକଙ୍କୁ ନିଲମ୍ବିତ କରିବା ସହ ସବ୍‌ ଇନ୍ସପେକ୍ଟର ଅର୍ଜୁନ କହଁରଙ୍କୁ କବିସୂର୍ଯ୍ୟନଗର ଥାନାରୁ ଜିଲା ମୁଖ୍ୟାଳୟକୁ ବଦଳି ଆଦେଶ ଦେଇଥିଲେ ଏସ୍‌ପି ରଏ। ଏହାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଅପରାହ୍ନରେ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଉପାଧ୍ୟକ୍ଷା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟଙ୍କୁ ନେଇ ଏକ ବୈଠକ ହୋଇଥିଲା। ମାଡ ମାରିଥିବା ପୋଲିସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଜନପ୍ରତିନିଧିମାନେ ସମୂହ ଇସ୍ତଫା ଦେବାକୁ ନିଷ୍ପତ୍ତି ହୋଇଥିବା ଅଧ୍ୟକ୍ଷ ପାଢୀ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.