banner
Breaking

ଜେଏଲଆର ଇଣ୍ଡିଆ ପକ୍ଷରୁ ଏହାର ବାର୍ଷିକ ମୌସୁମୀ ସର୍ଭିସ୍ ଇଭେଂଟ ୧୨ ରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ଘୋଷଣା ହେଲା

0

ଜେଏଲଆର ଇଣ୍ଡିଆ ପକ୍ଷରୁ ଏହାର ବାର୍ଷିକ ମୌସୁମୀ ସେବା ଇଭେଂଟ ସମ୍ପର୍କରେ ଘୋଷଣା କରିଛି, ଯାହା ୧୨ ରୁ ୧୭ ଜୁନ ୨୦୨୩ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ଖୁଚୁରା ବ୍ୟବସାୟୀମାନଙ୍କ ନିକଟରେ ଅନୁଷ୍ଠିତ ହେବ । ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ ଏବଂ ମୂଲ୍ୟଯୁକ୍ତ ସେବା ଉପରେ ଗ୍ରାହକମାନେ କମ୍ପ୍ଲିମେଂଟାରୀ ଯାନ ଯାଂଚ ଏବଂ ସ୍ୱତନ୍ତ୍ର ଅଫର ଦ୍ୱାରା ଉପକୃତ ହୋଇପାରିବେ । ସମସ୍ତ ଯାନର ସର୍ଭିସ୍ ଉଚ୍ଚ ପ୍ରଶିକ୍ଷିତ ଟେକ୍ନିସିଆନମାନେ କରିବେ । ଆବଶ୍ୟକ ସ୍ଥଳେ ଜେଏଲଆର ଜେନୁଇନ ପାର୍ଟସ ଯୋଗାଇ ଦିଆଯିବ ।

ମୌସୁମୀ ଋତୁରେ ପ୍ରତ୍ୟେକ ଯାତ୍ରାକୁ ସୁରକ୍ଷିତ କରାଯିବାକୁ ନିଶ୍ଚିତ କରିବାକୁ, ଇଭେଂଟରେ କମ୍ପ୍ଲିମେଂଟାରୀ ୩୨-ପଏଂଟ ଇଲେକ୍ରୋ୍ଟନିକ ଯାନ ଚେକ ଅପ, ବ୍ରେକ ଏବଂ ୱିପର ଚେକ, ଟାୟାର ଏବଂ ଫ୍ଲୁଇଡ ଲେଭଲ ଚେକ ପ୍ରଦାନ କରିବା ସହିତ ବ୍ୟାଟେରୀ ଚେକ ଅପ୍ କରାଯିବ ।

ଏହି ଅବସରରେ ଜେଏଲଆର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜନ ଅମ୍ବା କହିଲେ, ଆମର ମୌସୁମୀ ସର୍ଭିସ୍ ଇଭେଂଟ ଆମ ହାଉସ ଅଫ ବ୍ରାଣ୍ଡରେ ଗ୍ରାହକମାନଙ୍କ ପାଇଁ ସର୍ବୋତମ ଇନକ୍ଲାସ ଯାନର ଯତ୍ନ ଏବଂ ସହାୟତା ଯୋଗାଇବା ପାଇଁ ଡିଜାଇନ କରାଯାଇଛି । ଇଭେଂଟ ଗ୍ଧଷରମୌସୁମୀ ଋତୁ ପାଇଁ ସମସ୍ତ ଆବଶ୍ୟକୀୟ ଯାଂଚର ସମାଧାନ କରିବ ଏବଂ ଋତୁରେ ଆମର ଗ୍ରାହକମାନଙ୍କୁ ଏକ ଚିନ୍ତାମୁକ୍ତ ଡ୍ରାଇଭିଂ ଅଭିଜ୍ଞତା ପ୍ରଦାନ କରିବା ନିଶ୍ଚିତ କରିବ ।
ଚାଉଫର ଚଳାଉଥିବା କ୍ଲାଏଂଟମାନଙ୍କ ପାଇଁ, ଇଭେଂଟରେ ଏକ ସ୍ୱତନ୍ତ୍ର କ୍ୟୁରେଟ ଚାଉଫର ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଯୋଗାଇ ଦିଆଯିବ । ଯାହା ମୌସୁମୀରେ ଡ୍ରାଇଭିଂ ଏବଂ ଯାନବାହାନର ରକ୍ଷଣାବେକ୍ଷଣର ସମସ୍ତ ଦିଗକୁ ଅନ୍ତର୍ଭୁକ୍ତ କରିବ ।
ଗ୍ରାହକମାନେ ସେମାନଙ୍କର ନିକଟତମ ପ୍ରାଧିକୃତ ଜେଏଲଆର ଖୁଚୁରା ବ୍ୟବସାୟୀଙ୍କ ପାଖରେ ୧୨ ରୁ ୧୭ ଜୁନ ୨୦୨୩ ମଧ୍ୟରେ ପୂର୍ବାହ୍ନ ୯:୩୦ ରୁ ଅପରାହ୍ନ ୬:୦୦ ମଧ୍ୟରେ ଏକ ପଞ୍ଜିକରଣ କରି ଏହି ସେବାଗୁଡିକ ହାସଲ ପାରିବେ ।

ସୂଚନାଯୋଗ୍ୟ, ଭାରତରେ ଜେଏଲଆରର ରିଟେଲର ନେଟୱାର୍କ ଅହମ୍ମଦାବାଦ, ବେଙ୍ଗାଲୁରୁ (୩), ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ (୨), କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ଣ୍ଣଲ, ଲକ୍ଷୌ୍ନ , ମୁମ୍ବାଇ (୨), ନୋଏଡା, ପୁଣେ, ରାୟପୁର, ସୁରଟ ଏବଂ ବିଜୟୱାଡା ଆଦି ୨୫ ଟି ପ୍ରାଧିକୃତ ଆଉଟଲେଟ ମାଧ୍ୟମରେ ଦେଶର ୨୧ ଟି ସହରରେ ଉପଲବ୍ଧ ହେଉଛି ।

Khansweb Solution Bhubaneswar

Leave A Reply

Your email address will not be published.