banner
Breaking

ଜିଓର ଗିଗାଫାଇବରରେ ମିଳିବ ଅନେକ ସୁବିଧା

0

ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର (ରିଲାଏନ୍ସ) ଅଧ୍ୟକ୍ଷ ମୁକେଶ ଅମ୍ବାନି ନିଜର ୪୨ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)ରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି। ଭାରତର ସବୁଠୁ ଶସ୍ତା ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ ସେପ୍ଟେମ୍ବର ୫ରେ ଲଞ୍ଚ ହେବ ‘ଜିଓ ଗିଗାଫାଇବର’।

ଜିଓ ଗିଗା ଫାଇବର ଏକ ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍‌। ଏଡି ଗିଗାଫାଇବରରେ ଗ୍ରାହକ ଇଣ୍ଟରନେଟ୍ ସର୍ଭିସ୍‌ ସହିତ କଲିଙ୍ଗ୍, ଟିଭି ଏବଂ ଡିଟିଏଚର ସୁବିଧା ପାଇପାରିବେ।

ଏଜିଏମ୍‌ ୨୦୧୯ରେ ମୁକେଶ୍ ଅମ୍ବାନି କହିଛନ୍ତି ଯେ ଏହି ଯୋଜନା ୧୬୦୦ ସହରରେ ୧୨ କୋଟି ଘରେ ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି।

ଜିଓ ଗିଗାଫାଇବରର ମାସିକିଆ ପ୍ଲାନ୍ ୭୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିବ। ଜିଓ ଗିଗାଫାଇବରରେ ଇଣ୍ଟରନ୍ୟାସନାଲ କଲିଙ୍ଗ୍‌ରେ ଗ୍ରାହକଙ୍କୁ ୫୦୦ ଟଙ୍କା ପ୍ରତି ମାସରେ ଦେବାକୁ ହେବ।

ଜିଓ ଗିଗାଫାଇବର ପ୍ରିମିୟମ୍‌ ସର୍ଭିସ୍‌ ନେଲେ ଉପଭୋକ୍ତା ଘରେ ବସି ଫାଷ୍ଟ ଡେ’ ଫାଷ୍ଟ ସୋ’ର ଲାଭ ଉଠାଇ ପାରିବେ। ନୂଆ କରି ରିଲିଜ ହୋଇଥିବା ଫିଲ୍ମ ଘରେ ବସି ଦେଖି ପାରିବେ।

ଜିଓ ଗିଗାଫାଇବରର ଗୋଟେ କନେକ୍‌ସନ୍‌ରେ ୪୦ଟି ଡିଭାଇସ୍ କନେକ୍‌ସନ୍‌ କରିପାରିବେ। ଟ୍ରାଏଲରେ ଗ୍ରାହକଙ୍କୁ ୧୦୦ ଏମ୍‌ବିପିଏସ୍‌ ସ୍ପିଡ୍‌ର ଡାଟା ଦିଆଯିବ।

ଜିଓ ଗିଗାଫାଇବର ପ୍ଳାନ୍‌ରେ ଏକ ସେଟ୍‌ଟପ୍‌ ବକ୍ସ ମିଳିବ। ଏହି ବକ୍ସରେ ମିକ୍ସଡ୍ ରିଆଲିଟି (MR) ସପୋର୍ଟ ମିଳିବ। ଯେଉଁଥିରେ ଗ୍ରାହକ ଫିଲ୍ମ ହଲ୍ ଭଳି ସ୍କ୍ରିନ୍‌ରେ ଫିଲ୍ମ ଦେଖି ପାରିବେ

ଜିଓ ଗିଗାଫାଇବରରେ ବାର୍ଷିକ ପ୍ଲାନ୍ ସବ୍‌ସ୍କ୍ରାଇବ୍‌ କରୁଥିବା ଗ୍ରାହକଙ୍କୁ HD/4k ଟେଲିଭିଜନ୍ ଏବଂ 4k ସେଟ୍‌ଟପ୍ ବକ୍ସ ମାଗଣାରେ ମିଳିବ।

ପୂର୍ବରୁ କମ୍ପାନି ଜିଓ ଗିଗାଫାଇବରର ଟେଷ୍ଟିଂ କରୁଥିବା ଚର୍ଚ୍ଚା ହେଉଥିଲା।

Khansweb Solution Bhubaneswar

Leave A Reply

Your email address will not be published.