banner
Breaking

ରିଲାଏନ୍ସ ଆଣିଲା ଇଲୋକଟ୍ରୋନିକ୍ସ ଉପରେ ବଡ ଅଫର

0

ଭୁବନେଶ୍ୱର,୨୩|୧: ଚଳିତ ସାଧାରଣତନ୍ତ୍ର ଦିବସକୁ ଆଖି ଆଗରେ ରଖି ରିଲାଏନ୍ସ ଡିଜିଟାଲ୍‌ ପକ୍ଷରୁ ଦେଶର ସର୍ବବୃହତ୍‌ ଇଲେକ୍‌ଟ୍ରୋନିକ୍ସ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ଏହା କମ୍ପାନୀର ଡିଜିଟାଲ ଇଣ୍ଡିଆ ସେଲ୍‌ ଭାବେ ମଧ୍ୟ ପରିଚିତ। ରିଲାଏନ୍ସ ଡିଜିଟାଲ୍‌ ଷ୍ଟୋର, ମାଇଁ ଜିଓ ଷ୍ଟୋର ସହିତ ଏହାର ଓ୍ବେବ୍‌ସାଇଟ ଜରିଆରେ ମଧ୍ୟ ଗ୍ରାହକ ସେମାନଙ୍କ ପସନ୍ଦର ସାମଗ୍ରୀ, ଆକର୍ଷଣୀୟ ଅଫର ଓ ଡିସ୍‌କାଉଣ୍ଟର ଲାଭ ଉଠାଇପାରିବେ ବୋଲି କୁହାଯାଉଛି। ଏହାର ସମସ୍ତ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ସର୍ବୋତ୍ତମ ଡିଲ୍‌ ସହିତ ବିଭିନ୍ନ ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ଉପରେ ୬% ତୁରନ୍ତ ରିହାତି ପ୍ରଦାନ କରୁଛି। ସେହିଭଳି ସିଟି ବ୍ୟାଙ୍କର ଗ୍ରାହକମାନେ ମଧ୍ୟ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ ଓ ଇଏମ୍‌ଆଇ ଟ୍ରାଞ୍ଜାକ୍‌ସନ ଉପରେ ୧୦% ଇନ୍‌ଷ୍ଟାଣ୍ଟ ଡିସ୍‌କାଉଣ୍ଟର ଲାଭ ହାସଲ କରିପାରିବେ। ସେହିପରି ପ୍ରତି ୫୦୦୦ ଟଙ୍କାର କ୍ରୟ ଉପରେ ୧୦୦୦ ଟଙ୍କାର ରିଲାଏନ୍ସ ଡିଜିଟାଲ୍‌ ଭାଉଚର ଗ୍ରାହକ ପାଇପାରିବେ। ଏହି ଅଫର ୨୬ ଜାନୁୟାରୀ ପର୍ଯ୍ୟନ୍ତ ବୈଧ ରହିଛି। ଏହାର ବ୍ୟାପକ ଶ୍ରେଣୀୟ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଯଥା ଟିଭି, ସ୍ମାର୍ଟଫୋନ, ଲାପ୍‌ଟପ୍‌, ରେଫ୍ରିଜରେଟର, ୱାଶିଂମେଶିନ୍‌, ୱିରେବଲ୍‌ ଏବଂ ହୋମ୍‌ ଆପ୍ଲିିଆନ୍‌ସେସ୍‌ ଉପରେ ମଧ୍ୟ ଅନେକ ଅଫର ରହିଛି। ଅପରପକ୍ଷରେ ଲାଟେଷ୍ଟ ସ୍ମାର୍ଟଫୋନ୍‌ ଯଥା ଭିଭୋ, ସାଓମି ଓ ସାମ୍‌ସଙ୍ଗ ଆଦିକୁ ଆକର୍ଷଣୀୟ ମୂଲ୍ୟରେ କ୍ରୟ କରିପାରିବେ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି। ଗୃହ ଉପକରଣକୁ ଆହୁରି ଅଧିକ ସୁବିଧାଜନକ କରିବା ପାଇଁ ରେଫ୍ରିଜରେଟର, ୱାଶିଂମେଶିନ୍‌ ଆଦି ଗୃହ ଉପକରଣରେ ଆକର୍ଷଣୀୟ ଅଫର ପ୍ରଦାନ କରାଯାଉଛି। ଇଲେକ୍‌ଟ୍ରୋନିକ୍ସ କ୍ରୟର ଏହି ଅନୁଭୂତିକୁ ସହଜ କରିବା ସାଙ୍ଗକୁ ଫାଇନାନ୍ସ ଓ ଇଏମ୍‌ଆଇର ବିକଳ୍ପ ରହିଛି ବୋଲି ରିଲାଏନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.