banner
Breaking

ଜୀବନ ଜାଗୃତି ଟ୍ରଷ୍ଟର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର ; ଜୀବନ ଜାଗୃତି ଓ୍ବେଲଫେୟାର ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାରା ଦିନ ବ୍ୟାପି ଅନୁଷ୍ଠିତ ଏହି ଉତ୍ସବରେ ସକାଳୁ ଏକ ଗଣ ସାଇକେଲ୍ ରାଲି କରାଯାଇଥିଲା । ଏହାକୁ ଆଥକଲେଟ୍ ଅନୁରାଧା ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ରାଲିଟି କ୍ଲିନିକ୍‌ରୁ ବାହାରି ଆଚାର୍ଯ୍ୟ ବିହାର, ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ନନ୍ଦନକାନନ ହୋଇ ଫେରିଥିଲା । ଏଥିରେ ୬୦ ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଏହାପରେ କ୍ଲିନିକ୍‌ରେ ଆୟୋଜିତ ରକ୍ତଦାନ ଶିବିରକୁ ଲକ୍ଷ୍ମୀବିହାର ବିକାଶ ପରିଷଦର ସଭାପତି ଅଶୋକ କୁମାର ବଳବନ୍ତରାୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଏଥିରେ ୪୦ ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ସହିପରି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୪୦୦ ରୁ ଉର୍ଦ୍ଧ୍ୱ ଲୋକ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସନ୍ଧ୍ୟାରେ ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଆର୍‌ଏମ୍‌ଆର୍‌ସି ପ୍ରେକ୍ଷାଳୟରେ ପ୍ରଥମ ବରିଷ୍ଠ ନାଗରିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥରେ ମୁଖ୍ୟ ଅତିଥି ଭାବେ ଆଇଏଏସ୍ ବିଶାଲ ଦେବ, ସମ୍ମାନୀତ ଅତିଥି ଭାବେ ଏନ୍‌ଟିପିସି ଭୁବନେଶ୍ୱରର ଆଞ୍ଚଳିକ ନିର୍ବାହୀ ନିର୍ଦ୍ଦେଶକ ଅସୀମ କୁମାର ଗୋସ୍ୱାମୀ ଯୋଗଦେଇ କହିଥିଲେ ମାନବ ସେବା ହେଉଛି ମାଧବସେବା । ଯୁବକ ମାନେ ଉତ୍ସଗ୍ରୀକୃତ ମନୋଭାବ ନେଇ ସମାଜସେବା କରିବାକୁ ଆଗେଇ ଆସନ୍ତୁ । ସମସ୍ତେ ଆଗବର ହୋଇ ସମାଜସେବା କରିବା ପାଇଁ ପରାମର୍ଶ ଦେବା ସହ ଅନୁଷ୍ଠାନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଟ୍ରଷ୍ଟର ବାର୍ଷିକ ସ୍ମରଣୀକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ଡା ଗୀତାଞ୍ଜଳୀ ଆରୋରା ଓ ନିର୍ଦ୍ଦେଶକ ଡା ସୁନୀଲ ଦାଶ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.