ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । କଳ୍ପନା-ବବ୍ଲି ହତ୍ୟା ମାମଲାରେ ଛତିଶଗଡ଼ ଉଚ୍ଚନ୍ୟାୟାଳୟ ଅନୁପଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାଯାଇଛି । ଗୁରୁବାର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ ଜଷ୍ଟିସ ଦୀପକ ତିୱାରୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଜାମିନ ନିର୍ଦେଶ ଦେଇଛନ୍ତି । ତେବେ ଗୁରୁବାର ଅର୍ଡର କପି ପ୍ରକାଶ ପାଇ ନ ଥିବା ହେତୁ କେଉଁ ସର୍ତ୍ତରେ ଜାମିନ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଶ୍ରୀ ସାଏ ୨୦୧୬ ମସିହାର କଳ୍ପନା-ବବଲି ଡବଲ ମର୍ଡର ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୨୦ ଫେବୃଆରୀ ୧୪ ତାରିଖରେ ଗିରଫ ହୋଇଥିବା ବେଳେ ୨୦୨୨ ଏପ୍ରିଲ ୨ ତାରିଖରେ ଛତିଶଗଡ଼ ରାୟଗଡ଼ର ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।
Breaking
ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ ୨୪ ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥାସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀଡଲାର ବିଗ୍ବସ୍’ର ନୂତନ ଟେଲିଭିଜନ ବିଜ୍ଞାପନ ଅଭିଯାନ ଆରମ୍ଭଇଞ୍ଜଣା ଜରିପାଟଣା ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍ଘାଟନ