banner
Breaking

ଝାରସୁଗୁଡାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

0

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟ ହେଲଥ୍‌ କାର୍ଡ ସୋମବାର ଝାରସୁଗୁଡାରେ ଶୁଭାରମ୍ଭ କରିଛନ୍ତି । ଭର୍ଚୁଆଲ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ସ୍ମାର୍ଟ କାର୍ଡ ଗରିବ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାୟ ୧.୧୬ ଲୋକେ ସ୍ମାର୍ଟକାର୍ଡ ସେବାର ସୁବିଧା ପାଇବେ । ଏହା ସହିତ ଜିଲାକୁ ମୁଖ୍ୟମନ୍ତ୍ରୀ ୩୧୨ କୋଟି ଟଙ୍କାର ଭେଟି ଦେଇଛନ୍ତି।

ଜିଲାରେ ଥିବା ହୀରାକୁଦ ବିସ୍ଥାପିତ ଲୋକଙ୍କୁ ସରକାର ଖୁବଶୀଘ୍ର ଜମିଡିହ ଯୋଗାଇ ଦେବେ। ଜିଲା ବିକାଶ କ୍ଷେତ୍ରରେ ଆଗେଇବା ସହିତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବ୍ରଜରାଜନଗର ବିଧାୟକ ଉପସ୍ଥିତ ଅଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.