banner
Breaking

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

0

ରାଞ୍ଚି : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ), କଂଗ୍ରେସ ଓ ଆରଜେଡି ମହାମେଣ୍ଟର ବହୁମତ ହାସଲ କରିଥିବାବେଳେ ବିଜେପି ଶୋଚନୀୟ ପରାଜୟ ଆଡକୁ ଯାଉଛି। ଏହାପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ସୋମବାର ସନ୍ଧ୍ୟାରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ନିଜର ଇସ୍ତଫାପତ୍ର ଦାଖଲ କରିଛନ୍ତି। ରାଜ୍ୟରେ ବିଜେପିର ଶୋଚନିୟ ପରାଜୟ ପାଇଁ ସେ ନିଜକୁ ଦାୟୀ କରିଛନ୍ତି। ସେ କହିଛନ୍ତି, “ଏହା ମୋର ବ୍ୟକ୍ତିଗତ ପରାଜୟ। ବିଜେପିର ନୁହେଁ। ଏହି ପରାଜୟ ପାଇଁ ମୁଁ ଦାୟୀ।”

Khansweb Solution Bhubaneswar

Leave A Reply

Your email address will not be published.