banner
Breaking

ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ଭାବେ ୨୭ ରେ ନେଇପାରନ୍ତି ଶପଥ।

0

ରାଞ୍ଚି,୨୪ ।୧୨: ଝାଡଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷିତ ହୋଇସାରିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ), କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ବହୁମତ ମିଳିଛି । ମୋଟ୍ ୮୧ଟି ଆସନରୁ ଗଠବନ୍ଧନ ସରକାର ୪୭ଟି ଆସନରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି ।

ବିଶେଷ ସୂତ୍ରରୁ ମିଳୁଥିବା ଖବର ଅନୁସାରେ , ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ଡିସେମ୍ବର ୨୭ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେବେ । ଏହି ଅବସରରେ ଜେଏମଏମର ୬, କଂଗ୍ରେସର ୫ ଓ ଆରଜେଡିର ଜଣେ ମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିବେ । ସୋରେନଙ୍କ ସହିତ ମୋଟ୍ ୧୨ ଜଣ ମନ୍ତ୍ରୀ ରାଞ୍ଚିର ମୋହରାବାଦୀ ପଡିଆରେ ଶପଥ ନେବେ ।ଏହା ବ୍ୟତିତ କଂଗ୍ରେସକୁ ବାଚସ୍ପତି ପଦ ମିଳିପାରେ ବୋଲି ଜଣାପଡିଛି ।

ତେବେ ଝାଡଖଣ୍ଡ ନିର୍ବାଚନରେ ବିଜେପିର ଶେଚନୀୟ ପରାଜୟ ହୋଇଛି । ପୂର୍ବ ନିର୍ବାଚନରେ ବିଜେପି ଏଠାରେ ୩୭ଟି ଆସନରେ ବିଜୟ ଲାଭ କରିଥିଲା । ଚଳିତ ନିର୍ବାଚନରେ ବିଜେପିକୁ କେବଳ ୨୫ଟି ଆସନ ମିଳିଛି ।

Khansweb Solution Bhubaneswar

Leave A Reply

Your email address will not be published.