banner
Breaking

ଜେଇଇ ଟପ୍ପର ହେଲେ ଦେବାଶିଷ।

0

ଭୁବନେଶ୍ୱର,୨୫।୩: ପରୀକ୍ଷା ଶେଷ ହେବାର ମାତ୍ର ୬ ଦିନ ମଧ୍ୟରେ ଜେଇଇ ମେନ(ମାର୍ଚ୍ଚ ସେସନ)ର ରେଜଲ୍ଟ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି। ଏହି ସେସନରେ ମୋଟ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏଥିରେ ଟପ୍ପର ହୋଇଛନ୍ତି ଓଡିଏମ୍‌ ସ୍କୁଲ ଛାତ୍ର ଦେବାଶିଷ ପଣ୍ଡା। ସେ ମୋଟ ୯୯.୯୫% ମାର୍କ ରଖିଛନ୍ତି। ଆଗକୁ ଏପ୍ରିଲ ଓ ମେ’ ସେସନର ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ସବୁ ସେସନର ରେଜଲ୍ଟକୁ ମିଶାଇ ଟପ ୪ ସ୍କୋରଙ୍କ ନାଁ ଘୋଷଣା କରାଯିବ। ଏହାପୂର୍ବରୁ ମାର୍ଚ୍ଚ ୮ରେ ଜେଇଇ ମେନ ଫେବୃଆରୀ ସେସନର ରେଜଲ୍ଟ ପ୍ରକାଶ ପାଇଥିଲା। ସୂଚନାଯୋଗ୍ୟ, ମାର୍ଚ୍ଚ ସେସନର ଜେଇଇ ମେନ ପରୀକ୍ଷା ପାଇଁ ୬,୧୯,୩୬୮ ଜଣ ଶିକ୍ଷାର୍ଥୀ ପଞ୍ଜୀକରଣ କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ମାର୍ଚ୍ଚ ୧୬ରୁ ୧୮ ଯାଏ ଏହି ପରୀକ୍ଷା ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.