banner
Breaking

ପ୍ରକାଶ ପାଇଲା ଜେଇଇ ମେନ୍ ପରୀକ୍ଷା ଫଳ।

0

ନୂଆଦିଲ୍ଲୀ,୧୨/୯(ବ୍ୟୁରୋ): ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ମେନ୍‌ ୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ପ୍ରକାଶିତ ଫଳ ଅନୁଯାୟୀ ୨୪ଜଣ ଛାତ୍ରଛାତ୍ରୀ ୧୦୦ ପର୍ସେଣ୍ଟାଇଲ ନମ୍ବର ରଖିଛନ୍ତି। ୨୪ଜଣ ଟପ୍ପରଙ୍କ ମଧ୍ୟରେ ତେଲଙ୍ଗାନାରୁ ସର୍ବାଧିକ ୮ଜଣ ରହିଥିବାବେଳେ ଦିଲ୍ଲୀ ଓ ରାଜସ୍ଥାନର ୪ଜଣ ଲେଖାଏଁ ଅଛନ୍ତି। କରୋନା ମହାମାରୀ ପାଇଁ  ବିଳମ୍ବରେ ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ହୋଇଥିବା ଏହି ପରୀକ୍ଷା ଦେଶବ୍ୟାପୀ ୮.୫୮ଲକ୍ଷ ପିଲା ଦେଇଥିଲେ। ଏହି ପରୀକ୍ଷାର ଶ୍ରେଷ୍ଠ ୨.୫ଲକ୍ଷ ପିଲା ଜେଇଇ ଆଡଭାନ୍ସ ଦେବାକୁ ମନୋନୀତ ହେବେ। ଜେଇଇ ଆଡଭାନ୍ସ ପାଇଁ ସେପ୍ଟେମ୍ବର ୧୨ରୁ ଆବେଦନ ଫର୍ମ ଉପଲବ୍ଧ ହେବ। ଜେଇଇ ଆଡଭାନ୍ସର ସଫଳ ଛାତ୍ରଛାତ୍ରୀ ଦେଶର ପ୍ରମୁଖ ୨୩ଟି ଆଇଆଇଟିରେ ନାମ ଲେଖାଇବାକୁ ମନୋନୀତ ହେବେ। ସେପ୍ଟେମ୍ବର ୨୭ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବ। ସବିଶେଷ ଫଳ ଜେଇଇମେନ ଡଟ୍‌ ଏନଆଇସି ଡଟ୍‌ ଇନରେ ଉପଲବ୍ଧ।

Khansweb Solution Bhubaneswar

Leave A Reply

Your email address will not be published.