banner
Breaking

ମକର ଓ ପୋଙ୍ଗଲ ପର୍ବକୁ ଅଭିନବ ଢଙ୍ଗରେ ପାଳିଲା ଜୟ ଓଡିଶା।

0

ଭୁବନେଶ୍ୱର,୧୫/୧ (ଓଡ଼ିଆ ନ୍ୟୁଜ): ପବିତ୍ର ମକର ସଂକ୍ରାନ୍ତି ଏବଂ ପୋଙ୍ଗଲ ପର୍ବ କୁ ଜୟ ଓଡ଼ିଶା ଓ ଏହାର ସଭ୍ୟ ମିଶି ଏକ ଅଭିନବ ଉପାୟ ରେ ପାଳନ କରିଛନ୍ତି। ଭୁବନେଶ୍ୱର ସ୍ଥିତ ୩ ଟି ବସ୍ତି ଯଥା, ଶିଖରଚଣ୍ଡୀ ନଗର,ମୋଚିସାହି ଏବଂ ତେଲୁଗୁ ବସ୍ତି ରେ ପହଞ୍ଚି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇବା ରେ ସଫଳ ହୋଇଛନ୍ତି।ଏହି କାର୍ଯ୍ୟକ୍ରମ ପ୍ରଥମେ ଏକ ଝୋଟି ପ୍ରତିଯୋଗିତା ରୁ ଆରମ୍ଭ ହେଇଥିଲା ଯେଉଁଥିରେ ସମସ୍ତ ବୟସ ବର୍ଗର ପ୍ରତିଯୋଗୀ ଭାଗନେଇ ଥିଲେ ଦେଇଥିବା । ମନୋରଞ୍ଜନ ପାଇଁ ଛୋଟ ପିଲାଙ୍କ ପାଇଁ ନୃତ୍ୟ ପ୍ରତିଯୋଗିତାର ଆୟୋଜନ ହୋଇଥିଲା ଏବଂ ଉପହାର ଆକାରରେ ରଙ୍ଗ ବେରଙ୍ଗର ଗୁଡି ପ୍ରଦାନ କରାଯାଇଥିଲା।

ଜୟ ଓଡ଼ିଶା ସଭାପତି ଶ୍ରୀଯୁକ୍ତ ରୁଦ୍ର ନାରୟଣ ସାମନ୍ତରାୟ କହିଛନ୍ତି ” ଐତିହ୍ୟ ଓ ପରମ୍ପରା ରେ ଭରପୁର ରାଜ୍ୟ ଓଡ଼ିଶା ରେ କେବଳ ଓଡ଼ିଆ ନୁହେଁ ବିଭିନ୍ନ ଭାଷାଭାଷୀ ର ଲୋକ ବାସ କରୁଛନ୍ତି ସେଥିମଧ୍ୟରୁ କିଛି ମାତ୍ରା ରେ ତେଲୁଗୁ ଭାଷୀବି ଅଛନ୍ତି । ସେମାନେ ଓଡ଼ିଆ ସଂସ୍କୃତିକୁ ନେଇ ଚାଲିଆସୁଥିବା ବେଳେ ସେମାନଙ୍କ ମୁଖ୍ୟ ପର୍ବ ପୋଙ୍ଗଲ କୁ ସମ୍ମାନ ଜଣାଇବା ଆମ କର୍ତ୍ତବ୍ୟ ଅଟେ। ଏଥିସହିତ ମୁଁ ସମସ୍ତ ଓଡ଼ିଆ ଙ୍କୁ ଅନୁରୋଧ କରୁଛି କି ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସମସ୍ତ ସଂସ୍କୃତିକୁ ଉଚିତ୍ ସମ୍ମାନ ଦେଲେ ହିଁ ଆମ ରାଜ୍ୟ ଓଡ଼ିଶା ଉନ୍ନତି ପଥ ରେ ପଥଚାରୀ ହୋଇପାରିବ। ଏଥିରେ ଜୟ ଓଡ଼ିଶାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.