banner
Breaking

ଜୟ ଓଡିଶା ପକ୍ଷରୁ ମୋର ପ୍ରେମ କାହାଣୀ।

0

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ)” ପ୍ରେମ ଏକ ସୀମାହିନ ବନ୍ଧନ ଅଟେ ” ଏହି ବାର୍ତ୍ତା କୁ ଓଡ଼ିଶା ର କୋଣ ଅନୁକୋଣ ରେ ପହଞ୍ଚାଇବା ର ଲକ୍ଷ୍ୟ ନେଇ, ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଜୟ ଓଡ଼ିଶା ” ମୋର ପ୍ରେମ କାହାଣୀ ” ନାମ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଛି। ଏହା ଓଡ଼ିଶା କିନ୍ନର କମ୍ୟୁନିଟି ସହ ପାଳନ କରା ଯାଇଛି। ଏଥିରେ ପ୍ରାୟ ୭୦ ଜଣ କିନ୍ନର ଯୋଗ ଦେଇ ନିଜର ଅଦ୍ୱିତୀୟ ପ୍ରେମ କାହାଣୀ ବ୍ୟକ୍ତ କରିବା ସହ ଜୀବନ ପ୍ରତି ସେମାନଙ୍କର ର ଥିବା ଅସୀମ ଭଲ ପାଇବା ସମ୍ଭନ୍ଧୀୟ କିଛି ଅକୁହା କାହାଣୀ ସମସ୍ତଙ୍କ ଗହଣ ରେ କହିଥିଲେ। ଏହା ଛଡା ” ଏମ୍ ଜୋନ ଡ୍ୟାନ୍ସ୍ ଗ୍ରୁପ୍ ” ଦ୍ଵାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ମଧ୍ୟ ହୋଇଥିଲା।
ଜୟ ଓଡ଼ିଶା ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ” କିନ୍ନର ମାନେ ହେଉଛନ୍ତି ଆମ ସମାଜ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି କାର୍ଯ୍ୟକ୍ରମ ଦ୍ଵାରା ଆମେ ସେମାନଙ୍କ ସୁଖ ଦୁଃଖ ରେ କିଛି ମାତ୍ରା ରେ ଭାଗିଦାରୀ ହୋଇ ନିଜକୁ ଧନ୍ୟ ମନେ କରୁଛୁ।ଏହା ଛଡା ସମାଜ ମଧ୍ୟ ବିନା ଦ୍ବିଧାରେ ରେ ସେମାନଙ୍କୁ ସହୃଦୟେ ଗ୍ରହଣ କରି ସସମ୍ମାନେ ସମାଜ ରେ ଚଳିବାକୁ ସୁଯୋଗ ଦେବା ଉଚିତ୍ ।”
ଏଥିରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର ,ଶ୍ରୀଯୁକ୍ତ ନାରାୟଣ ମହାପାତ୍ର ଏବଂ ଶ୍ରୀଯୁକ୍ତ ଉମାନାଥ ମିଶ୍ର ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.