banner
Breaking

ଖଣ୍ଡଗିରି ଯାତ୍ରାର ପ୍ରଥମ ପର୍ଯ୍ୟାୟ ଫିକା।

0

ଭୁବନେଶ୍ୱର: ପୁଣିଥରେ ସେଇ ନାଟକ । ହେଇ ହେଇଲୋ..ଇଆଡ଼େ ମାଡ଼ି ଆସ…ଏମିତି ଡାକ ଛାଡ଼ିଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । କିନ୍ତୁ ବାଧକ ସାଜିଛି ବର୍ଷା । ଯେମିତି କି ଯାତ୍ରା ପେଣ୍ଡାଲ ଓ ଦର୍ଶକଙ୍କ ଭିତରେ ଛିଡ଼ା କରିଦେଲା ପାଚେରି । ଇଛା ଥାଇ ବି ଦୂରଦୂରାନ୍ତରୁ ଆସି ପାରିଲେନି ଯାତ୍ରାପ୍ରେମୀ । ଶନିବାର ଯାତ୍ରା ଦେଖି ରବିବାର ବିଶ୍ରାମ ନେବାକୁ ଚିନ୍ତା କରିଥିବା ଚାକିରିଆ ଦର୍ଶକମାନଙ୍କ ମନ ମଧ୍ୟ ଫିକା ପଡ଼ି ଯାଇଥିଲା । ସେପଟେ ଯାତ୍ରା କମିଟି ଗୁଡ଼ିକ ମଧ୍ୟ ଶନିବାରିଆ ବେପାର ଭଲ ହେବ ବୋଲି ଆଶା ବାନ୍ଧି ବସିଥିଲେ । କିନ୍ତୁ ଦର୍ଶକ କମିଥିବାରୁ କମିଟି କର୍ତ୍ତୃପକ୍ଷ ନିରାଶ ହୋଇଛନ୍ତି । ଆଜି ଖଣ୍ଡଗିରି ଯାତ୍ରାରେ ବର୍ଷା ଓ କୋହଲା ପାଗ ଏକରକମ ଭିଲେନ୍‌ ସାଜିଲା ବୋଲି କୁହାକୁହି ହେଉଛନ୍ତି ।
 ପ୍ରଥମ ପର୍ଯ୍ୟାୟ ଯାତ୍ରା ଯୁଦ୍ଧରୁ କୋଣାର୍କ ଗଣନାଟ୍ୟ ବିଦାୟ ନେଇଥିବା ବେଳେ ଶନିବାର ଯୋଗ ଦେଇଛି ‘ଯାତ୍ରା ଇନ୍ଦ୍ରଭୂବନ’ । ସନାତନ ସେବା ସମିତି, ଘାଟିକିଆ ମଞ୍ଚରେ ପାର୍ଟି ପ୍ରଥମ ରାତିରେ ନାଟ୍ୟକାର ସନ୍ତୋଷ ନାରାୟଣ ଦାସଙ୍କ ରଚନା ଓ ଶାରଦା ରଣାଙ୍କ ନିର୍ଦ୍ଦେଶନାରେ ନାଟକ ‘ଭାଇ ଭଉଣୀର ନୂଆ କାହାଣୀ’ ମଞ୍ଚସ୍ଥ କରିଛି । ଯେଉଁଥିରେ ନମିତା, ସଞ୍ଜୟ, ଭାରତୀ, ସଞ୍ଜୟ ଭୋଳ, ନିଲୁ ଓଝା, ମୁନା, ରୂପା, ବିମଳ ଓ ମାମାଙ୍କ ଭଳି ନାମୀଦାମୀ କଳାକାର ରହିଛନ୍ତି । ସେହିଭଳି ଇନ୍ଦିରା ସାଂସ୍କୃତିକ ଯୁବ ପରିଷଦ ଜାଗମରା ମଞ୍ଚରେ କଳିଙ୍ଗ ଗଣନାଟ୍ୟ ଲିଲି ଦାସଙ୍କ ରଚନା ଓ ଇଂ. ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନାଟକ ‘ଶ୍ରାବଣ ମାସର ଶେଷ ରାତି’ ରିିପିଟ୍‌ କରି ଲୋକପ୍ରିୟତା ସାଉଁଟିଛି । ସେପଟେ ମହତାବ ମଞ୍ଚ ଆଇଗିଣିଆରେ ଯାତ୍ରା ମାୟାନଗରୀ ଅଧ୍ୟାପକ ଗୋଲଖ ମହାରଣାଙ୍କ ରଚନା ଓ ଅଶ୍ରୁମୋଚନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନାଟକ ‘କଥା ଦିଅ ମତେ କରିବନି ପର’ ପରିବେଷିତ କରି ଦର୍ଶକଙ୍କୁ ବାନ୍ଧି ପକାଇଥିଲା ବେଳେ ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ, ଜାଗମରାରେ ଯାତ୍ରା ସ୍ୱପ୍ନ ମହଲ ‘ସିଆଇଡି ଦୟା’ ଏକ ଭିନ୍ନ ଧରଣର ଅନୁସନ୍ଧାନ ମୂଳକ ନାଟକ କରି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ଚାଲିଛି ।

Khansweb Solution Bhubaneswar

Leave A Reply

Your email address will not be published.