banner
Breaking

ଆଉ ଶୁଭିବନି ଖୁମ୍ପି ଦେଲୁ ସ°ଳାପ। ଚାଲିଗଲେ ଭିକୁ ସେଟ୍।

0

ଭୁବନେଶ୍ୱର, ୧୨ା୯(ଓଡ଼ିଆ ନ୍ୟୁଜ): ଏଇ ମୀନା— ଧେତ୍ ଖୁମ୍ପି ଦେଲୁ ଭଲ କଲୁ,ତୋର ଏଇ ଖୁମ୍ପାଟା ମୋ ମନର ଲେନ୍ସ ଭିତରେ ଗାର ହୋଇ ରହିଗଲା ! ଏ ସ°ଳାପ ଟି ଓଡ଼ିଶାର ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ଟୋକା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କଣ୍ଠରେ ଶୁଣିବାକୁ ମିଳୁଥିଲା। ଯେତେବେଳେ ଯାତ୍ରା କଥା ଆଲୋଚନାକୁ ଆସେ ସେତେବେଳେ ସେହି ମହାନ କଳାକାର ଭିକୁ ସେଟ୍ ଓରଫ ମହେନ୍ଦ୍ର ଦାସଙ୍କ କଥା ଲୋକାଦୃତ ହୁଏ । ତାଙ୍କର ନିଖୁଣ ଅଭିନୟ ସାଙ୍ଗକୁ ଲୋମ ଟାଙ୍କୁରା ସ°ଳାପ ପାଇଁ ସେ ଓଡ଼ିଶାର ପୁରପଲ୍ଲୀରେ ଭିକୁ ସେଟ୍ ନାମରେ ପରିଚିତ ଥିଲେ। ଆଜି ସେହି ଲୋକପ୍ରିୟ ଯାତ୍ରା କଳାକାର ମହେନ୍ଦ୍ର ଦାସଙ୍କ ଅକାଳ ବିୟୋଗ ଘଟିଛି। ଚୌଦ୍ୱାର ସ୍ଥିତ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଶାଗୁଣା ବସିଛି ଡେଣା ବେଲାଇ ନାଟକ ପରେ ସେ ଚର୍ଚ୍ଚାକୁ ଆସିଥିଲେ । ଖଳନାୟକ ଭାବେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ । ତାଙ୍କ ବିୟୋଗରେ ଯାତ୍ରା ଦୁନିଆରେ ବିରାଟ ପୂର୍ଣ୍ଣଛେଦ ପଡିଛି।

Khansweb Solution Bhubaneswar

Leave A Reply

Your email address will not be published.