banner
Breaking

ଠିକାଦାରଙ୍କ ମନମାନିରେ ଅଣନିଶ୍ବାସୀ ଜନସାଧାରଣ।

0

ଖୋର୍ଦ୍ଧା : ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଛରା ଗ୍ରାମର ବାଛରା ଛକରେ ଚାଲିଛି ଠିକାଦାରଙ୍କ ମନମାନି। ରାସ୍ତା ଉପରେ ହେଉଛି ବାଲି,ଗୋଡି,ସିମେଣ୍ଟ ଓ ରଡ ବେପାର। କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛି ପ୍ରଶାସନ। ଏ ଘଟଣା ଦିନେ ନୁହେଁ କି ଦୁଇଦିନ ନୁହେଁ ବର୍ଷ ବର୍ଷ ଧରି ଚାଲିଛି। ଖୁଲମ୍ ଖୁଲା ହେଉଛି ଆଇନର ଉଲ୍ଲଙ୍ଘନ। ଅଣନିଶ୍ବାସୀ ହୋଇ ଗଲେଣି ଜନସାଧାରଣ।
ଲୋକଙ୍କ କହିବା ମୁତାବକ ବାଛରା ଛକରେ ଜୈନିକ ବ୍ୟକ୍ତି ଦୀର୍ଘଦିନ ବାଲି,ଗୋଡି, ସିମେଣ୍ଟ ଓ ରଡ ଦୋକାନ କରିଛନ୍ତି। କି ଦିନ କି ରାତି ସେଠାରେ ମାଳମାଳ ଟ୍ରକ ଲୋଡି° ଓ ଅନଲୋଡି° ହେବା ସହିତ ବାୟୁ ଓ ଶବ୍ଦ ପ୍ରଦୂଷଣ କରୁଛନ୍ତି। ଯେଉଁଥି ପାଇଁ ସେଠାକାର ବାସିନ୍ଦାମାନେ ଅତିଷ୍ଠ ହୋଇପଡିଲେଣି। ଗୋଟିଏ ପଟେ ପ୍ରଚଣ୍ଡ ଶବ୍ଦ ଯୋଗୁଁ ପିଲାମାନଙ୍କ ପାଠପଢା ବ୍ୟାଘାତ ହେଉଥିବାବେଳେ ଅନ୍ୟ ପଟରେ ସିମେଣ୍ଟ ଓ ଧୂଳି ଧୂଆଁରେ ଚାରିଆଡେ ଅନ୍ଧାର ଦେଖାଯିବା ସହ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେଉଛି। କରୋନା ମହାମାରୀ ପରିସ୍ଥିତିରେ ସ୍ବଚ୍ଛ ଆବଶ୍ୟକତା ଥିବାବେଳେ ଏଠି କିନ୍ତୁ ଘଟୁଛି ତାହାର ଓଲଟା। ଏନେଇ ସ୍ଥାନୀୟ ଜନସାଧାରଣ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଆଗାମୀ ଦିନରେ ଧନଜୀବନ ନଷ୍ଟ ହେଲେ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକମାନେ। ଏଥିସହିତ ଏହାର ତୁରନ୍ତ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.