banner
Breaking

ଆର୍ନ୍ତଜାତୀୟ ସ୍ତରରେ ବ୍ୟବହାର ହେବ ବ୍ଲୁ ଆମୋନିଆ।

0

ଟୋକିଓ,୨୯ ।୯: ପ୍ରଥମଥର ଲାଗି ବ୍ଲୁ ଆମୋନିଆ ଅନ୍ତର୍ଜାତୀୟ ସ୍ତରରେ ବ୍ୟବହାର ହେବାକୁ ଯାଉଛି । ଏହା ଏବେ ସାଉଦି ଆରବରୁ ଜାପାନ ପଠାଯାଉଛି । ଏହା ସେଠାରେ ବିଜୁଳି ଘରେ ଅର୍ଥାତ୍ ବିଜୁଳି ଉତ୍ପାଦନରେ ବ୍ୟବହାର କରାଯିବ ବୋଲି ଜଣାପଡିଛି । ତେବେ ବ୍ଲୁ ଆମୋନିଆ ହେଉଛି ସେହି ପଦାର୍ଥ ଯାହା ବିନା ପ୍ରଦୂଷଣରେ ବିଜୁଳି ଉତ୍ପାଦନ କରିବ । ପରିବେଶକୁ ନେଇ ଖୁବ୍ ସଚେତନ ଥିବା ଜାପାନ ଏବେ ଏହି ବ୍ଲୁ ଆମୋନିଆ ବ୍ୟବହାର କରି ବିଶ୍ୱର ପ୍ରଥମ ଦେଶ ହେବାକୁ ଯାଇଛି ଯିଏ ଅଧିକ ମାତ୍ରାରେ ଏହି ବ୍ଲୁ ଆମୋନିଆ ବ୍ୟବହାର କରି ବିଜୁଳି ଉତ୍ପାଦନ କରିବାକୁ ଯାଉଛି । ଜାପାନ ୨୦୩୦ ସୁ୍‌ଦ୍ଧା ନିଜର ଗ୍ରୀନ୍ ହାଉସ୍ ଗ୍ୟାସ ନିର୍ଗମନ ୨୬ ପ୍ରତିଶତ କମ୍ କରିବ ବୋଲି କହିଥିଲା । ଏହି କ୍ରମରେ ସେ ଅନେକ ପଦକ୍ଷେପ ମଧ୍ୟ ନେଇ ଚାଲିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଆମୋନିଆର ବ୍ୟବହାର । ସୌଦିର ତେଲ କମ୍ପାନୀ ଆରାମକୋ କହିଛି ଜାପାନ ପ୍ରଥମ ଶିପମେଣ୍ଟରେ ୪୦ ଟନ୍ ବ୍ଲୁ ଆମୋନିଆ ନେଉଛି । ଏଥିରୁ ସେ ବିଜୁଳି ଉତ୍ପାଦନ କରିବ ଯାହା କାର୍ବନ ନିର୍ଗମନକୁ ଅନେକାଂଶରେ କମ୍ କରିଦେବ । ତେବେ ବ୍ଲୁ ଆମୋନିଆ ଜୀବାଷ୍ମରୁ ପ୍ରସ୍ତୁତ ଇନ୍ଧନର ଏକ ନୂଆ ରୂପ ବୋଲି କୁହାଯାଉଛି । ଏଥିରେ ୧୮ ପ୍ରତିଶତ ହାଇଡ୍ରୋଜେନ ରହୁଛି ଯାହାକୁ ଇନ୍ଧନର ଏକ ଭଲ ସ୍ରୋତ ବୋଲି କୁହାଯାଉଛି । ବ୍ଲୁ ଆମୋନିଆ ପାଇଁ ପ୍ରଥମେ ହାଇଡ୍ରୋକାର୍ବନକୁ ହାଇଡ୍ରୋଜେନ ଓ ଆମୋନିଆରେ ପରିବର୍ତ୍ତନ କରାଯାଇଥାଏ । ଏହା ସିଧାସଳଖ ଭାବେ ପାୱାର ଷ୍ଟେଶନରେ କାମରେ ଲାଗିଥାଏ । ବ୍ଲୁ ଆମୋନିଆକୁ ଜଳାଇଲେ ଏଥିରେ କାର୍ବନ ଡାଇଅକ୍ସାଇଡ୍ ମିଳି ନ ଥାଏ । ସେଥିପାଇଁ ଏହାକୁ ବିଶ୍ୱର କାର୍ବନ ମୁକ୍ତ ଗ୍ୟାସ ବୋଲି କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.