banner
Breaking

ପ୍ରଦୂଷଣ ମୁକ୍ତ ଦୀପାବଳି ପାଇଁ ଆହ୍ବାନ-ଜନମଙ୍ଗଳ ପରିଷଦ

0

ଭୁବନେଶ୍ୱର, ୨୬/୧୦(ଓଡ଼ିଆ ନ୍ୟୁଜ) : ବାଣ ନଫୁଟାଇ ଦୀପ ଜାଳି, ପାଳନ କରିବା ଶୁଭ ଦୀପାବଳି । ଏଭଳି ଏକ ସଚେତନତାର ସ୍ଲୋଗାନ ନେଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଲୋୟର ପିଏମ୍ ଜି, ଭୁବନେଶ୍ୱରରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଆସନ୍ତା ଦୀପାବଳି ଉତ୍ସବରେ ଶବ୍ଦ ପ୍ରଦୂଷଣ କରି ପରିବେଶ ନଷ୍ଟ କରୁଥିବା ବାଣର ବ୍ୟବହାର ନକରିବାକୁ ଲୋକଙ୍କୁ ନିବେଦନ କରିଥିଲେ । ଦୀପାବଳିରେ ଅନେକ ସମୟରେ ବିପଦଜନକ ବାଣର ବ୍ୟବହାର ଯୋଗୁଁ ବହୁ ଧନଜୀବନର କ୍ଷୟକ୍ଷତି ହେଉଛି । ତେଣୁ କିଭଳି ସୁରକ୍ଷିତ ଭାବେ କେବଳ ଦୀପ ଜାଳି ଏହି ଦୀପାବଳି ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯାଇଥିଲା । ବିଶେଷ କରି ଛୋଟ ପିଲାମାନଙ୍କୁ ବିପଦଜନକ ବାଣ ଓ ଆତାଶବାଜିରୁ ଦୂରେଇ ରଖିବାକୁ ଅଭିଭାବକମାନଙ୍କୁ ନିବେଦନ କରାଯାଇଥିଲା । ଆମର ପ୍ରାଚୀନ ପରମ୍ପରା ଅନୁଯାୟୀ କେବଳ ପ୍ରଦୀପ ପ୍ରଜ୍ବଳନ କରି ଏକ ସୁରକ୍ଷିତ ଓ ଶୁଭ ଦୀପାବଳି ଉତ୍ସବ ପାଳନ କରିବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନାଙ୍କ ସହିତ ଅନ୍ୟତମ ବରିଷ୍ଠ ସମାଜସେବୀ ଲକ୍ଷ୍ମଣ ଦାଶ, ନିରଞ୍ଜନ ସାହୁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସ୍ୱାଗତ ବିଶ୍ୱାଳ, ଶ୍ରୀଧର ଜେନା, ବିଶ୍ୱଜିତ ଜେନା, ରବୀନ୍ଦ୍ର ସାହୁ, ସୁକାନ୍ତ ମହାନ୍ତି, ଦୀନବନ୍ଧୁ ଷଡ଼ଙ୍ଗୀ, ନାରାୟଣ ଖୁଣ୍ଟିଆ, ରାଜେଶ ବେହେରା, ଶୀତାଂଶୁ ମହାରଣାଙ୍କ ସମେତ ମହିଳା ସାମାଜିକ କର୍ମୀ ବନଜାବାସିନୀ ତ୍ରିପାଠୀ, ଇନ୍ଦିରା ଦାଶ, ଧରିତ୍ରୀ ସାହୁ, ସମିତା ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.