banner
Breaking

ଜାମୁ-କାଶ୍ମୀରରେ ହେବ ବିଧାନସଭା ନିର୍ବାଚନ। ଦେଖନ୍ତୁ କେବେ ହେବ

0

ନୂଆଦିଲ୍ଲୀ,୧୦/୮ (ଓଡ଼ିଆ ନ୍ୟୁଜ) ରାଜ୍ୟସଭା ଓ ଲୋକସଭା ରେ ୩୭୦ ଓ ୩୫/ଏ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକରିବା ପରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଛି।କିନ୍ତୁ କେତେକ କାରଣରୁ ଏହା ଆସନ୍ତା ବର୍ଷ ଏପ୍ରିଲ ପରେ ହେବବୋଲି ଜଣାପଡିଛି। ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ବିଧାନସଭା କ୍ଷେତ୍ରର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବାକୁ ସମୟ ଲାଗିବ। ଏହା ପରେ ଉପତ୍ୟକାରେ ପ୍ରଚଣ୍ଡ ଶୀତ ଲହରି ଅନୁଭୂତ ହେବାକୁ ଥିବାରୁ ଏହା ପରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ ବୋଲି ଏକ ସୂତ୍ରରୁ ଜଣାପଡିଛି। ବର୍ତ୍ତମାନ ସେଠାରେ ଚାଲିଥିବା ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ ଜାନୁୟାରୀ ୩ରେ ଶେଷ ହେଉଥିବାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନରେ ମିଆଦ ଆଉ ୬ ମାସ ବଢ଼ାଇବାକୁ ପଡିବ। ଜମ୍ମୁ-କଶ୍ମୀର ବିଧାନସଭା ଆସନ ସଂଖ୍ୟା ୧୦୭ରୁ ୧୧୪କୁ ବୃଦ୍ଧି ପାଇଥିବାରୁ ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ହେବ। ଏଥିପାଇଁ ୩ରୁ ୪ ମାସ ସମୟ ଲାଗିବ। ସେତେବେଳକୁ ଉପତ୍ୟକାରେ ଅତ୍ୟଧିକ ଶୀତ ପଡିଥିବାରୁ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏହି ସୂତ୍ରରୁ ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.