banner
Breaking

ଯାଜପୁରରୁ ପୁଣି ୫ ଆକ୍ରାନ୍ତ ଚିହ୍ନଟ। ୯୯ ଛୁଇଁଲା ସ°ଖ୍ୟା

0

ଭୁବନେଶ୍ୱର,୨୫/୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୫ କରୋନା ପଜେଟିଭ୍ ଚିହ୍ନଟ । ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ଓ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି । ଯାଜପୁର ଡ଼ିଆଇପିଆରଓ ଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତ ୫ ଜଣ ସମସ୍ତେ ହେଉଛନ୍ତି ପୁରୁଷ | ଏମାନଙ୍କ ମଧ୍ୟରୁ ୪ଜଣ ହେଉଛନ୍ତି କଟିକଟା ପଞ୍ଚାୟତର ଓ ବୟସ ହେଉଛି ୨୩,୪୯,୫୨ଓ ୫୭ | ଅନ୍ୟଜଣେ ହେଉଛନ୍ତି ମଲ୍ଲିକାପୁର ପଞ୍ଚାୟତର ଓ ତାଙ୍କ ବୟସ ହେଉଛି ୩୯ | ଆଉ ୫ ଜଣ ଚିହ୍ନଟ ହେବାପରେ ଲୋକେ ଆତଙ୍କିତ ହୋଇ ପଡିଛନ୍ତି | ପଶ୍ଚିମବଙ୍ଗ ଫେରନ୍ତା ଏବେ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି |ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି । ଏହି ୫ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ଛୁଇଁଛି ।

Khansweb Solution Bhubaneswar

Leave A Reply

Your email address will not be published.