banner
Breaking

ନାବାଳିକା ହତ୍ୟା ଘଟଣାର ସ୍କ୍ରିନ ରିକ୍ରେଶନ୍

0

ବରୀ,୧।୫(ବ୍ୟୁରୋ): ଯାଜପୁର ଜିଲା ବରୀ ବ୍ଲକ ଅନ୍ୟାସୀପୁର ଅଞ୍ଚଳର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଗିରଫ ଅଭିଯୁକ୍ତଙ୍କ ରବିବାର ସିନ୍‌ ରିକ୍ରେଶନ କରାଇଛି। ଘଟଣାସ୍ଥଳରେ ଯାଜପୁର ଏସ୍‌ପି ରାହୁଲ ପି ଆର୍‌ ଉପସ୍ଥିତ ରହି ମାମଲାର ତଦନ୍ତ କରିଥିଲେ। ମାମଲାରେ ଅଭିଯୁକ୍ତ ସୁବ୍ରତ ବେହେରାଙ୍କ ସହ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଚାଲିଥିବା ଏସ୍‌ପି ରାହୁଲ କହିଛନ୍ତି। ଏନେଇ ତୁରନ୍ତ ରହସ୍ୟ ଉନ୍ମୋଚନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ଫେବୃୟାରୀ ୧୮ତାରିଖରେ ଜଣେ ନାବାଳିକଙ୍କ ମୃତଦେହ ଜବତ କରାଯାଇଥିଲା। ବରୀ ପୋଲିସ ପ୍ରଥମେ ଏକ ଅପମୃତ୍ୟୁ ମାମଲା(ନଂ.୩/୨୨) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସୁବ୍ରତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ଘଟଣାର ଅଧିକ ତଦନ୍ତ ଚଳାଇଛି।

Khansweb Solution Bhubaneswar

Leave A Reply

Your email address will not be published.