banner
Breaking

ଅସହାୟଙ୍କ ଘରେ ପିଠା ବାଣ୍ଟିଲା ଜଜ୍‌ବା । ନିଆରା ଢଙ୍ଗରେ ରଜ ପାଳନ।

0

ଭୁବନେଶ୍ୱର, ୧୫/୬(ଓଡ଼ିଆ ନ୍ୟୁଜ)- ରଜରେ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ନିଆରା ପ୍ରୟାସ କରିଛି ଜଜ୍‌ବା ସଂଗଠନ । କରୋନା କଟକଣା ଯୋଗୁ ଓଡିଶାର ଗଣ ପର୍ବ ରଜ ଏଥର ଫିକା ପଡିଛି । ସମସ୍ତେ ଘରେ ରହି ରଜ ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ରଜ ହୋଇଥିବାରୁ ଘରେ ଘରେ ପିଠା ପଣାର ଆସର ଜମୁଛି । ତେବେ ଅସହାୟଙ୍କ ପାଇଁ ରଜ ପିଠା ଓ ପାନ ସ୍ୱପ୍ନ ହୋଇଛି । ଏଭଳି ସ୍ଥିତିରେ ଜଜ୍‌ବା ସଂଗଠନ ଅସହାୟମାନଙ୍କ ପାଖରେ ପିଠା ଓ ଖୁସି ପହାଇବାର ପ୍ରୟାସ କରିଛି । ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ରଜ ପିଠା, ପାନ, ମାସ୍କ ଓ ସାନିଟାଇଜର୍ ବଣ୍ଟନ କରାଯାଇଛି । ଜଜ୍‌ବାର ଅଧ୍ୟକ୍ଷ ସଫ୍‌ଦର ହାସିମ୍‌ଙ୍କ ନେତୃତ୍ୱରେ ରାସ୍ତାପାଶ୍ୱର୍ରେ ରହୁଥିବା ଅସହାୟ ବ୍ୟକ୍ତି, ପିଲା ଓ ବସ୍ତିବାସିନ୍ଦାଙ୍କୁ ଏହି ସାମଗ୍ରୀ ବଣ୍ଟନ କରାଯାଇଛି । ଏଥିରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍ ଓ ସୁମନ ଯୋଗଦେଇ ଲୋକମାନଙ୍କ ମନରେ ହସ ଫୁଟାଇଛନ୍ତି ଏବଂ କହିଛନ୍ତି ପ୍ରଥମେ ଜୀବନ ଓ ପରେ ଆଉସବୁକିଛି । ଘରେ ରୁହନ୍ତୁ ସୁସ୍ଥ ଓ ସୁରକ୍ଷିତ ରୁହନ୍ତୁ ।

Khansweb Solution Bhubaneswar

Leave A Reply

Your email address will not be published.