banner
Breaking

ରଷ୍ଟ୍ରପତିଙ୍କ ବିଜୟ ଓ ସ୍ୱାଗତ ଉତ୍ସବ ପାଳିଲା ଜଜ୍‌ବା

0

ଭୁବନେଶ୍ୱର, – ଓଡିଶା ଇତିହାସରେ ଯୋଡି ହୋଇଛି ଆଉଏକ ନୂଆ ଫର୍ଦ୍ଦ । ଓଡିଶା ମାଟିର ସୁଯୋଗ୍ୟ ମହିଳା ଦ୍ରୌପଦୀ ମୁର୍ମୁ ରଷ୍ଟ୍ରପତି ନିର୍ବାଚନରେ ବହୁ ସଂଖ୍ୟକ ଭୋଟରେ ବିଜୟ ଲାଭ କରି ଭାରତର ପ୍ରଥମ ନାଗରିକ ହୋଇଛନ୍ତି । ଭାରତର ମହାମହିମ ରଷ୍ଟ୍ରପତି ଭାବେ ଓଡିଶାର ଗର୍ବ ଓ ଗୌରବ ତଥା ଓଡିଆ ଝିଅ ଶ୍ରୀମତୀ ମୁର୍ମୁ ଆସନ୍ତା କାଲି ଶପଥ ଗ୍ରହଣ କରିବେ । ସେ ନିର୍ବାଚିତ ହେବା ପରଠାରୁ ଓଡିଶା ପୁରପଲ୍ଲୀ ଉତ୍ସବ ମୂଖରିତ ହୋଇ ପଡିଛି । ଏହି କ୍ରମରେ ଅଜି ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଜ୍‌ବା ପକ୍ଷରୁ ମହାମହିମଙ୍କ ବିଜୟ ଓ ସ୍ୱାଗତ ଉତ୍ସବ କେକ୍ କାଟିବା ସହ ଧୁମଧାମରେ ପଟିଆ ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । ଜଜ୍‌ବାର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ସଫଦର ହାସୀମଙ୍କ ଦ୍ୱାରା ଅୟୋଜିତ ଏହି ଉତ୍ସବରେ ସମାଜସେବୀ ଡ ଏସ କେ କଲିମ୍ ଉଲହା, ଆଇନଜୀବୀ ସମରେନ୍ଦ୍ର ସାହୁ, ପୂର୍ବତନ ସେନା ଅଧିକାରୀ ଶ୍ରଦ୍ଧାନନ୍ଦ ଦାସ, ଲିନା ନନ୍ଦିତା ପରିଡା, ଅନିରୁଦ୍ଧ ଲେଙ୍କା ପ୍ରମୁଖ ଯୋଗଦେଇ ନବ ନିର୍ବାଚିତ ରଷ୍ଟ୍ରପତିଙ୍କ ଗୁଣଗାନ କରିଥିଲେ । ସାମ୍ବାଦିକ ସୁକାନ୍ତ ରାଉତ ସଭାପତିତ୍ୱ କରିଥିବାବେଳେ ବାବୁରାଜା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରଷ୍ଟ୍ରପତିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଟ୍ୱିଟ ଯୋଗେ ଜଣା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଜ୍‌ବାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.