banner
Breaking

ଜେଲରେ କଏଦୀଙ୍କୁ ସାକ୍ଷାତ କରିପାରିବେ ସ°ର୍ପକୀୟ।

0

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଏଣିକି ଜେଲ୍‌ରେ କଏଦୀମାନେ ସିଧାସଳଖ ପରିବାର ଲୋକଙ୍କୁ ପ୍ରତ୍ୟେକ୍ଷ ସାକ୍ଷାତ କରିପାରିବେ। ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ନିର୍ଦ୍ଦେଶ ଦେବା ସହ ଗତ ୨୩ ତାରିଖରେ ସମସ୍ତ ଜେଲ୍‌ ଅଧୀକ୍ଷକଙ୍କୁ ଚିଠି କରିଛନ୍ତି। ଏହାସହ ଜେଲରେ ଥିବା ଇ-ମୁଲାକାତ ବ୍ୟବସ୍ଥା ମଧ୍ୟ ଜାରି ରହିବ। ଇଚ୍ଛା ଅନୁସାରେ କଏଦୀମାନେ ଇ-ମୁଲାକାତ କରିପାରିବେ ନ ହେଲେ ପ୍ରତ୍ୟେକ୍ଷ ସାକ୍ଷାତ ମଧ୍ୟ କରିପାରିବେ ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, କୋଭିଡ୍‌ ପ୍ରଥମ ଲହର ସମୟରେ ଜେଲ୍‌ରେ ସଂକ୍ରମଣକୁ ଏଡାଇବା ପାଇଁ ପ୍ରତ୍ୟେକ୍ଷ ସାକ୍ଷାତକୁ ବନ୍ଦ କରାଯାଇଥିଲା। ସଂକ୍ରମଣ କମିବା ପରେ ଗତ ଫେବୃୟାରୀ ୨୧ରେ ପୁଣି ପ୍ରତ୍ୟେକ୍ଷ ସାକ୍ଷାତ୍‌କୁ ଅନୁମତି ମିଳିଥିଲା। ହେଲେ ଦ୍ୱିତୀୟ ଲହର ଆସିବା ପରେ ମେ’ଠାରୁ ପ୍ରତ୍ୟେକ୍ଷ ସାକ୍ଷାତକୁ ବନ୍ଦ ରଖାଯାଇଥିଲା। ଫଳରେ କଏଦୀଙ୍କ ମାନସିକ ସ୍ଥିତି ବିଗିଡି ଯାଉଥିବା ଜଣାପଡିଥିଲା। ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ଜେଲ୍‌ ଡିଜି ଉପାଧ୍ୟାୟ ଏହି ପଦେକ୍ଷପ ଗ୍ରହଣ କରିଛନ୍ତି। ଏଥିସହ ଏସ୍‌ଓପି ମଧ୍ୟ ଜାରି କରିଛନ୍ତି। ସାକ୍ଷାତ ସମୟରେ ୧୦ଜଣରୁ ଅଧିକ ଲୋକେ ରହିବେ ନାହିଁ। ଜଣେ କଏଦୀ ଜଣେ ସମ୍ପର୍କୀୟଙ୍କ ସହ କଥା ହୋଇପାରିବେ। ସାକ୍ଷାତ ସମୟରେ କଏଦୀ ଓ ସମ୍ପର୍କୀୟ ମାସ୍କ ପରିଧାନ କରିବେ। ଉଭୟଙ୍କ ମଧ୍ୟରେ ୨ ମିଟର ଦୂରତା ରହିବ। ଜେଲ ଭିତରକୁ ପ୍ରବେଶ କରିବା ସମୟରେ ସମ୍ପର୍କୀୟଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.