banner
Breaking

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ

0

ଜାଗୁଆର ଲ୍ୟାଣ୍ଡ ରୋଭର ଭବିଷ୍ୟତର ଆଧୁନିକ ବିଳାସପୂର୍ଣ୍ଣ ଡିଜାଇନିଂରେ ବିକାଶ ଆଣିବ । ଏହାର ଦୁଇ ବ୍ରିଟିଶ୍ ବ୍ରାଣ୍ଡ୍‌ର ମିଶ୍ରଣରେ ଏହା ପ୍ରତିପାଦିତ ହେବ ।

ଏହି ଅବସରରେ ବୋଲେରେ କହିଲେ, ପୃଥିବୀର ଶ୍ରେଷ୍ଠ ଆବଶ୍ୟକ ହେଉଥିବା ବିଳାସପୂର୍ଣ୍ଣ ଯାନ ନିର୍ମାଣ ଏବଂ ସେବା ପ୍ରଦାନ କ୍ଷେତ୍ରରେ ଗ୍ରାହକଙ୍କ ଚାହିଦା ପୂରଣ କରିବାକୁ ଜାଗୁଆର ଲ୍ୟାଣ୍ଡ ରୋଭର ସକ୍ଷମ ହୋଇପାରିବ । ଏହାର ନୂତନ ଡିଜାଇନିଂ ଗ୍ରାହକଙ୍କୁ ନୂଆ ଅଭିଜ୍ଞତା ଦେବା ସହିତ ପରିବେଶ ଉପରେ ସକରାତ୍ମକ ପ୍ରଭାବ ପକାଇବାକୁ ସକ୍ଷମ ହେବ ।

ଜାଗୁଆର ଲ୍ୟାଣ୍ଡ ରୋଭର ବିଶ୍ୱର ଅଟୋମୋଟିଭ୍ ଶିଳ୍ପରେ ଏକ ଅନନ୍ୟ ସ୍ଥାନ ହାସଲ କରିପାରିଛି । ଏହା ଟାଟା ଗ୍ରୁପ୍‌ର ଦୀର୍ଘସ୍ଥାୟୀ ଜ୍ଞାନକୌଶଳକୁ ରୁଦ୍ଧିମନ୍ତ୍ର କରାଇବାକୁ ସକ୍ଷମ ହୋଇଛି ।

ଆମେ ଅଧିକ ପ୍ରଭାବଶାଳୀ ଡିଜାଇନିଂ ପ୍ରସ୍ତୁତି ଉପରେ ଗୁରୁତ୍ୱାରୋପ କରୁଛୁ । ଏହା ବିଶ୍ୱସ୍ତରରେ ଗ୍ରାହକଙ୍କ ଉପଯୋଗୀ ସାବ୍ୟସ୍ତ ହେବ ।

ଲ୍ୟାଣ୍ଡ ରୋଭର ଏବଂ ଜାଗୁଆର ବ୍ରାଣ୍ଡ୍‌ର ବିଦ୍ୟୁତିକରଣ ଏକ ସମ୍ପୂର୍ଣ୍ଣ ଭିନ୍ନ ନିର୍ମାଣକାରୀ ଶୈଳୀ । ଏହାକୁ ସଫଳତାର ସହିତ ପୂରଣ କରିବା କାର୍ଯ୍ୟ ଜାରି ରହିଛି ।

ଲ୍ୟାଣ୍ଡ୍ ରୋଭର ଆଗାମୀ ୫ ବର୍ଷ ମଧ୍ୟରେ ୬ଟି ସମ୍ପୂର୍ଣ୍ଣ ବୈଦ୍ୟୁତିକ ଯାନ ଭ୍ୟାରିଆଂଟ୍ ନିର୍ମାଣ କରିବ । ଏସ୍‌ୟୁଭି କ୍ଷେତ୍ରରେ ଏହା ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହା ମଧ୍ୟରେ ରେଞ୍ଜ୍ ରୋଭର, ଡିସକଭରୀ ଏବଂ ଡିଫେଣ୍ଡର ଆଦି ୩ ଯାନ ରହିଛି । ୨୦୨୪ରେ ପ୍ରଥମ ବୈଦ୍ୟୁତିକ ଭ୍ୟାରିଆଂଟ୍‌ର ବଜାର ପ୍ରବେଶ କରାଯିବ ।

ଜାଗୁଆରର ଏକ୍ସଜେ ପରିବର୍ତନ ଏକ ନୂତନ ବ୍ୟବସାୟିକ କ୍ଷେତ୍ର ସୃଷ୍ଟି କରିବାକୁ ସକ୍ଷମ ହେବ । ଏହା ସହିତ ଡିଜାଇନିଂ ଏବଂ ଜ୍ଞାନକୌଶଳରେ ମଧ୍ୟ ଆବଶ୍ୟକ ବିକାଶ କରାଯିବାର ଯୋଜନା ରହିଛି । ଯାହାକି ନୂତନ ପିଢ଼ି ଉପଯୋଗୀ ହୋଇପାରିବ ।
ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ବିଦ୍ୟୁତ୍ ପାୱାର, ନେମ୍‌ପ୍ଲେଟ୍ ଆଦି ପ୍ରସ୍ତୁତ କରିବେ । ଏହା ସହିତ ଜାଗୁଆରର ୧୦୦ ପ୍ରତିଶତ ବିକ୍ରି ଲକ୍ଷ୍ୟ ହାସଲ ସହିତ ଲ୍ୟାଣ୍ଡ ରୋଭରର ୬୦ ପ୍ରତିଶତ ବିକ୍ରି ଲକ୍ଷ୍ୟ ରଖାଯାଇଛି ।

ଜାଗୁଆର ଲ୍ୟାଣ୍ଡ ରୋଭର ୨୦୩୯ ସୁଦ୍ଧା ଜିରୋ କାର୍ବନ ଇମିସନ୍ ଲକ୍ଷ୍ୟ ହାସଲ ନେଇ କାର୍ଯ୍ୟ ଜାରି ରଖିଛି । ଆଗାମୀ ୧୨ ମାସ ମଧ୍ୟରେ ୟୁକେରେ ଏହାର ପ୍ରୋଟୋଟାଇପ୍ ଆସିବାର ଆଶା ରହିଛି । ଏଥିରେ ବାର୍ଷିକ ୨.୫ ବିଲିୟନ୍ ପାଉଣ୍ଡର ନିବେଶ କରାଯିବାର ଲକ୍ଷ୍ୟ ରହିଛି । ଚଳିତ ଆର୍ଥିକ ବର୍ଷରେ ଏହାର ପିଭୋଟାଲ ସବସ୍କ୍ରିପଶନ୍‌ରେ ୭୫୦ ପ୍ରତିଶତ ବୃଦ୍ଧି ହୋଇଛି ।

ଏଥିରେ ମଡ୍ୟୁଲାର ଲଙ୍ଗିଚ୍ୟୁଡନାଲ ଆର୍କିଟେକଚର, ଇଂଟରନାଲ କମ୍ବଶନ୍ ଇଞ୍ଜିନ୍ ଏବଂ ଇଲେକ୍ଟ୍ରିକ୍ ମଡ୍ୟୁଲାର ଆର୍କିଟେକଚର ଆଦିକୁ ଅନ୍ତର୍ଭୁକ୍ତ କରାଯିବ ।

ଏଥିରେ ଚାର୍ଜ ପ୍ଲସ୍ ବୈଶିଷ୍ଟ୍ୟକୁ ସାମିଲ କରାଯିବ । ଟାଟା ଗ୍ରୁପ ସହିତ ମିଳିତ ହୋଇ କମ୍ପାନୀ ଆଧୁନିକ ବିଳାସପୂର୍ଣର୍ ଶୈଳୀକୁ ଏକ ନୂତନ ଦିଗ ଦେବାକୁ ସକ୍ଷମ ହେବ । ୨୦୦୮ଠାରୁ ଟାଟା ସନ୍ସ୍ ଏହାର ବୃହତମ ଅଂଶୀଦାର ଭାବେ କାର୍ଯ୍ୟ କରୁଛି । ୨୦୨୫ ସୁଦ୍ଧା କମ୍ପାନୀର କାରବାରରେ ନୂତନ ଅଧ୍ୟାୟ ସୃଷ୍ଟି ହେବ ।

ଏହି ଅବସରରେ ଟାଟା ସନ୍ସ୍‌ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍ କହିଲେ, ଟାଟା ମୋଟରର୍ସ ଏବଂ ଜାଗୁଆର ଲ୍ୟାଣ୍ଡ ରୋଭର ଅଟୋମୋଟିଭ୍ ମିଳିତ ହେବା ଦ୍ୱାରା ଏକ ନୂତନ କ୍ଷେତ୍ର ସୃଷ୍ଟି ହେବାର ଆଶା ରହିଛି ।

୨୦୨୦ରେ ଜାଗୁଆର ଲ୍ୟାଣ୍ଡ ରୋଭର ୧୨୭ ଦେଶରେ ୪୨୫୯୭୪ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି । ଏହାର ବ୍ୟାଟେରୀ ଏବଂ ଇଞ୍ଜିନ୍ ନିର୍ମାଣ କେନ୍ଦ୍ର ୟୁକେରେ ରହିଛି । ଏହା ସହିତ ଚାଇନା, ବ୍ରାଜିଲ୍‌, ଭାରତ, ଅଷ୍ଟ୍ରିଆ, ସ୍ଲୋଭାକିଆରେ ଭେହିକିଲ୍ ପ୍ଲାଂଟ୍ ରହିଛି । ୟୁକେର ମାଂଚେଷ୍ଟର, ୱାରୱିକ୍ ଏବଂ ଲଣ୍ଡନରେ ଏହାର ୭ଟି ଟେକ୍ନୋଲୋଜି ହବ୍ ମଧ୍ୟରୁ ୩ଟି ରହିଛି । ସେହିପରି ଶନାନୋନ୍‌, ଅୟାରଲ୍ୟାଣ୍ଡ୍‌,ପୋର୍ଟଲ୍ୟାଣ୍ଡ୍‌, ୟୁଏସ୍‌ଏ, ବୁଧାପେଷ୍ଟ୍‌, ହଙ୍ଗେରୀ, ସାଙ୍ଘାଇ ଏବଂ ଚାଇନାରେ ଅନ୍ୟ ହବ୍ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.