banner
Breaking

ଜାଗୁଆର ଲ୍ୟାଣ୍ଡ ରୋଭର ପକ୍ଷରୁ ୧୪ ରୁ ୧୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଆନୁଆଲ ହଲିଡେ ସର୍ଭିସ କ୍ୟାମ୍ପ୍ ଘୋଷଣା

0

ଭୁବନେଶ୍ୱର: ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଏହାର ଆନୁଆଲ ହଲିଡେ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି । ଗ୍ରାହକଙ୍କ ପାଇଁ, ୧୪ ରୁ ୧୯ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରତର ସମସ୍ତ ପ୍ରାଧିକୃତ ରିଟେଲରଙ୍କ ନିକଟରେ ଏହା ଉପଲବ୍ଧ ହେବ । ଏହି ଶିବିରରେ ଗ୍ରାହକମାନେ ବ୍ରାଣ୍ଡେଡ ସାମଗ୍ରୀ, ଆସେସୋରିଜ ଏବଂ ମୂଲ୍ୟ-ଯୁକ୍ତ ସେବା ଉପରେ ଏକ ବିସ୍ତୃତ ଯାନ ଯାଂଚ୍ ଏବଂ ସ୍ୱତନ୍ତ୍ର ଅଫରରୁ ଉପକୃତ ହୋଇପାରିବେ । ଏଥିରେ ଉଚ୍ଚ ପ୍ରଶିକ୍ଷିତ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଟେକ୍ନିସିଆନମାନେ ଯୋଗଦେବେ ଏବଂ ଆବଶ୍ୟକ ସ୍ଥଳେ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଜେନୁଏନ ପାର୍ଟସର ଉପଲବ୍ଧ କରାଇବେ ।
ପ୍ରତ୍ୟେକ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭରକୁ ହଲିଡେ ସିଜିନରେ ୩୨-ପଏଂଟ ଇଲେକ୍ଟ୍ରୋନିକ ଯାନ ଚେକ୍ ଅପ୍ ସୁବିଧ ।ପ୍ରଦାନ କରାଯିବ ।
ବ୍ରାଣ୍ଡେଡ ଦ୍ରବ୍ୟ, ଆସେସୋରିଜ ଏବଂ ମୂଲ୍ୟ-ଯୁକ୍ତ ସେବାରେ ଏକ ସ୍ୱତନ୍ତ୍ର କ୍ୟୁରେଟେଡ ଚାଉଫର୍ ଟ୍ରେନିଂ ପ୍ରୋଗ୍ରାମ ସହିତ ଏକ୍ସକ୍ଲୁସିଭ ଅଫର୍ ଉପଲବ୍ଧ ।
ଏହି ଶିବିରରେ ୩୨-ପଏଂଟ ଇଲେକ୍ଟ୍ରୋନିକ ଭେଇକିଲ ହେଲ୍‌ଥ ଚେକ ଅପ, ବ୍ରେକ ଏବଂ ୱିପର ଚେକ, ଟାୟାର ଏବଂ ଫ୍ଲୁଇଡ ଲେଭଲ ଚେକ ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ବ୍ୟାଟେରୀ ଯାଂଚ୍ କରାଯିବ ଏବଂ ପ୍ରତ୍ୟେକ ଯାତ୍ରାକୁ ସୁରକ୍ଷିତ ରଖିବାକୁ ସୁନିଶ୍ଚିତ କରାଯିବ ।
ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ଏହି ହଲିେ ଡ ସିଜିନରେ ଆମେ ଉଚ୍ଚ ପ୍ରଶିକ୍ଷିତ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର ଟେକ୍ନିସିଆନମାନଙ୍କ ଦ୍ୱାରା ଯାନବାହାନର ଯାଂଚ ପାଇଁ ଆମ ଗ୍ରାହକଙ୍କୁ ସ୍ୱାଗତ କରୁଛୁ । ଆମ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଶିବିରର ଆୟୋଜନ କରିଛୁ ।

ଏହି ସେବାଗୁଡିକ ପାଇବାକୁ, ଗ୍ରାହକମାନେ ନିକଟତମ ପ୍ରାଧିକୃତ ଖୁଚୁରା ବ୍ୟବସାୟୀଙ୍କ ସହିତ ୧୪ ରୁ ୧୯ ନଭେମ୍ବର ୨୦୨୨ ମଧ୍ୟରେ ପୂର୍ବାହ୍ନ ୯:୩୦ ରୁ ଅପରାହ୍ନ ୪:୩୦ ମଧ୍ୟରେ ଆପଏଂଟମେଂଟ ନେଇପାରିବେ ।

ଭାରତରେ ଜାଗୁଆର ଲ୍ୟାଣ୍ଡ ରୋଭର ରିଟେଲର ନେଟୱାର୍କ
ଅହମ୍ମଦାବାଦ, ବେଙ୍ଗାଲୁରୁ (୩), ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ (୨), କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ, ଇନ୍ଦୋର, ଜୟପୁର, କୋଲକାତା, କୋଚି, କର୍ଣ୍ଣାଲ, ଲକ୍ଷ୍ନୌ, ମୁମ୍ବାଇ (୨), ନୋଏଡା, ପୁଣେ, ରାୟପୁର, ସୁରଟ ଏବଂ ବିଜୟୱାଡା ଆଦି ୨୧ ସହରରେ ରହିଛି ।

Khansweb Solution Bhubaneswar

Leave A Reply

Your email address will not be published.