banner
Breaking

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଲା ଜୟ ଯବାନ ଜୟ କିଷାନ କ୍ଲବ।

0

ଜଗତସିଂହପୁର,୨୩/୫(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତ ଧୂଆଁପାରୀ ଗ୍ରାମର ଅଗ୍ରଣୀ ସ୍ୱଛ୍ଛାସେବୀ ସଂଗଠନ ଜୟ ଜବାନ ଜୟ କିଷାନ କ୍ଲବ ଦ୍ୱାରା ଏକ ସ୍ୱଛ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । କ୍ଲବର ସଭ୍ୟମାନଙ୍କ ଦ୍ୱାରା ରାସ୍ତା,ନର୍ଦମା ସଫେଇ ସହ ଜନସାଧାରଣଙ୍କୁ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଅଁରା ସରପଞ୍ଚ ବିଭୂତି ଭୂଷଣ ଦାଶ,ବିଜୁ ଯୁବ ବାହିନୀ ସଭାପତି ପ୍ରଭୂପ୍ରସାଦ ଦାଶ,କ୍ଲବ ର ସଭାପତି କାଳନ୍ଦୀ ଦାଶ,ସମ୍ପାଦକ ପ୍ରିତିରଂଜନ ରାଉତ,କୋଷାଧକ୍ଷ ଚିତ୍ତ ରଂଜନ ସାହୁ,ସଭ୍ୟ ଦିବ୍ୟଜୀବନ ଦାଶ,ପ୍ରସାନ୍ତ ନାୟକ,ମନୋଜ ନାୟକ,ବିଭୂତି ମଲ୍ଲିକ,ନଳୀନୀକାନ୍ତ ସିଂ,ଅଜିତ ସିଂ,ବିଜୟ ମଲ୍ଲିକ,ୟସ ନାୟକ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ ରୁପାୟନ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.