banner
Breaking

ସାଧାରଣ ଦାବୀକୁ ଅଣଦେଖା ନକରୁ ପ୍ରଶାସନ !

0

ଜଗତସିଂହପୁର, – ସରକାରୀ ତହବିଲରୁ ସାଧାରଣ ଲୋକଙ୍କ ପାଇଁ କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ ହେଉଛି l ଯେ କୌଣସି ସୂଚନା ସାଧରଣରେ ଅବଗତ କରlନଯାଇ ଲୁକାୟିତ ରଖିବା ଠିକାଦାର ମାନଙ୍କ ନିତିଗତ ଅଭ୍ୟାସରେ ପରିଣତ ହୋଇଛି l ଯେଉଁ କାର୍ଯ୍ୟ ଗୁଡିକ ଯେଉଁ ଅଞ୍ଚଳ ପାଇଁ ବ୍ୟୟ ବରାଦ କରାଯାଇଛି ପ୍ରଶାସନିକ ଅବହେଳା ଯୋଗୁ ତାହାର ସଠିକ୍ ତଦାରଖ ହେଇପାରୁନି l ସରକାର ଜନକଲ୍ୟାଣ ନିମନ୍ତେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରିଛନ୍ତି l ଯାହାର ବାସ୍ତବତା ସାଧରଣରେ ପରିପ୍ରକାଶ ନହେବା ବିଡ଼ମ୍ବନା ବିଷୟ ବସ୍ତୁ ପାଲଟିଛି।

ପ୍ରକାଶ ଥାଉ କି. ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଓଷକଣl ପଞ୍ଚାୟତ ଅଧୀନରେ ଉଠାଜଳସେଚନ ବିଭାଗ ବାଲିକୁଦା ଶାଖା ପକ୍ଷରୁ ତିନିଟି ପ୍ରକଲ୍ପ ଅନୁମୋଦିତ ହୋଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ଠିକାଦାର ଚୟନ କରାଯାଇଛି l ସେଥି ମଧ୍ୟରୁ ବାଲିକୁଦାର ଜୈନିକ ଠିକାଦାର ତାଙ୍କ କାମ ସୂଚାରୁ ରୂପେ ସମ୍ପାଦନ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ଜଣେ ଠିକାଦାର କିଏ କଣ ପାଇଁ ବିଭାଗୀୟ ଯନ୍ତ୍ରୀ ଏବଂ ଦୁଇ କାମ ଦାୟିତ୍ଵରେ ଥିବା ଠିକାଦାରଙ୍କ ପ୍ରିୟାପ୍ରୀତି ତୋଷଣ ନୀତି ସାଧାରଣରେ ଗୁଞ୍ଜରଣ ସ୍ରୁଷ୍ଟି କରିଛି l ପ୍ରକୃତ ପକ୍ଷେ ଉକ୍ତ ଅଞ୍ଚଳରେ ସଚେତନତା ଅଭାବକୁ ନେଇ କେହି କିଛି ବୁଝିବାକୁ ଚେଷ୍ଟା କରୁନଥିବା ବେଳେ ଯେଉଁ କେତେକ ବୁଦ୍ଧିଜୀବୀ ଅଛନ୍ତି ସେମାନେ ଏସବୁ ବ୍ୟବସ୍ଥା ପ୍ରତି ବିମୁଖ ହେବା ସହ ଯନ୍ତ୍ରୀ ଓ ଠିକାଦାର ମାନଙ୍କ ଉପରେ ଆସ୍ଥା ହରେଇ ନିଜର ହକ୍ ନିଜକୁ ଜାଣିବାର ଅଛି ବୋଲି ଅଭିଯୋଗ କରିଥିଲେ l ଅନୁସନ୍ଧାନ ରୁ ଜଣାଯାଇଛି କି ସରକାର ଲକ୍ଷ୍ୟlଧିକ୍ ଟଙ୍କା ଖର୍ଚ୍ଚ କରୁଛନ୍ତି. ଯାହାର ସୂଚନା ସାଧାରଣରେ ପ୍ରକାଶ କରାଯାଉନି I ଯେଉଁଠି ଗତ ବର୍ଷ ସେହି ଠିକାଦାର ଅନ୍ୟ ଏକ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିଥିଲେ ପୁଣି ଅlଉ ଦୁଇ ପ୍ରକଳ୍ପ ତାହାର୍ ଅନତି ଦୂରରେ କରୁଛନ୍ତି l ତାହାର୍ ସୂଚନା ସାଧରଣରେ ପ୍ରକାଶ ନକରିବା ସାଧରଣରେ ପ୍ରଶ୍ନବାଚି ସ୍ରୁଷ୍ଟି କରିଛି l ବିଶେଷ ଭାବେ ପୁରାତନ ପ୍ରକଲ୍ପ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନହୋଇ ଅଚଳ ହୋଇ ପଡିଛି l ଏତେ ପଇସା ଖର୍ଚ ହୋଇ ସାଧରଣଲୋକଙ୍କ ସୁବିଧାରେ ଲାଗୁଛି ନା ଆତ୍ମସାତ ହେଉଛି ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Khansweb Solution Bhubaneswar

Leave A Reply

Your email address will not be published.