banner
Breaking

ତରଜଙ୍ଗା ପଞ୍ଚାୟତରେ ବିଜେଡ଼ିର କର୍ମୀ ସମାବେଶ ଓ ମିଶ୍ରଣ ପର୍ବ

0

ଜଗତସିଂହପୁର,୧୯/୧୦(ଓଡ଼ିଆ ନ୍ୟୁଜ): ତରଜଙ୍ଗା ପଞ୍ଚାୟତ ପୂବପଡା ବୁଢୀ ଜାଗୁଳାଇ ପୀଠରେ ଏକ କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ତରଜଙ୍ଗା ପଞ୍ଚାୟତ ବିଜେଡ଼ି ସଭାପତି ରଞ୍ଜିତ ପରିଜାଙ୍କ ତତ୍ତ୍ଵାବଧାନରେ ଏହି ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ତିର୍ତ୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ସଭାପତିତ୍ବ କରିଥିଲେ। ତିର୍ତ୍ତୋଲ ବ୍ଲକ ପର୍ଯ୍ୟବେକ୍ଷକ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଧିରେନ ଜେନା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ରମାକାନ୍ତ ଭୋଇ, ଜିଲାପରିଷଦ ସଭ୍ୟ ପ୍ରବୀର ରାୟ, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି, ଛାତ୍ର ବିଜେଡି ନେତା ଅଭିଷେକ ତ୍ରିପାଠୀ, ତ୍ରିଲୋଚନ ସେଠୀ, ପ୍ରଦୀପ ପୃଷ୍ଟି, ଜୀବନ ଜ୍ୟୋତି ପରିଜା, ସାରଦା ପୃଷ୍ଟି,ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ, ଏହି ଅବସରରେ ଅନ୍ୟ ଦଳର ବହୁକର୍ମୀ ବିଜେଡିରେ ଯୋଗଦାନ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.