banner
Breaking

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେଡିର ବୈଠକ।

0

ଜଗତସିଂହପୁର,୧୧/୯(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାରେ ବାଜିଲା ଉପନିର୍ବାଚନ ବିଗୁଲ। ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ ଆରମ୍ଭ କରିଛି ତାର ରଣ କୌଶଳ।ଆଜି ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକ ଠାରେ ବିଜୁ ଜନତା ଦଳର ଏକ ଗୁରୁତ୍ବପୂର୍ଣ୍ଣ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ବିଧାନସଭା ଉପନିର୍ବାଚନ ସଠିକ ଭାବରେ ଲଢ଼ିବା ସହିତ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ବରିଷ୍ଠ ନେତା ମାନେ ଆହ୍ୱାନ କରିଛନ୍ତି । ଏହି ବୈଠକରେ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଜଳସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଜଗତସିଂହପୁର ବିଜେଡ଼ି ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଏବଂ ଜଗତସିଂହପୁରର ମାନ୍ୟବର ସାଂସଦ ଡାକ୍ତର ରାଜଶ୍ରୀ ମଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.