banner
Breaking

ବିଧାୟକଙ୍କ ଆରୋଗ୍ୟ କାମନା କରି ଦୀପ ଦାନ।

0

ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କିଛିଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ବିଧାୟକଙ୍କ ଆଶୁ ଆରୋଗ୍ଯ କାମନା କରି ମନ୍ଦିରରେ ପ୍ରାର୍ଥନା କରାଯିବା ସହ ଦୀପ ଦାନ ଯାଇଛି।
ଗଳଧାରୀ ଗ୍ରାମ ପଞ୍ଚାୟତରେ ଏରଡା ଗ୍ରାମର ନବଗ୍ରହ ମନ୍ଦିରରେ ସମସ୍ତେ ଏକତ୍ରିତ ହୋଇ ପ୍ରାର୍ଥନା କରିବା ସହ ଦୀପଦାନ କରିଛନ୍ତି। ଏଥିରେ ବିଜୁ ଜନତା ଦଳ ବରିଷ୍ଠ ସଂଗଠକ ଶ୍ରୀ ପ୍ରଦୀପ୍ତ କୁମାର ସ୍ବାଇଁ ଗଳଧାରୀ ଗ୍ରାମ ପଞ୍ଚାୟତର ସଭପତି ଦିଲିପ କୁମାର ନାୟକ, ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ ଓ ଡମ୍ବରୁଧର ବସ୍ତିଆ. ମନୋଜ କୁମାର ମହାନ୍ତି. ସଂଗ୍ରାମ ସ୍ଵାଇଁଙ୍କ ସହିତ ଆନେକ ବିଜୁ ଜନତା ଦଳର କର୍ମୀ ଯୋଗ ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.