banner
Breaking

ବିଧାୟକଙ୍କ ଆରୋଗ୍ୟ କାମନା କରି ସମୂହ ଦୀପଦାନ

0

ଜଗତସିଂହପୁର,୫/୯(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ବିଧାୟକ ,ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଆଶୁ ଆରୋଗ୍ୟ କାମନା କରି ଗୋପାଳସାଗର ସାଇ ମନ୍ଦିରରେ ସମୂହ ଦୀପଦାନ କରାଯାଇଛି ।ଏଥିରେ ବରିଷ୍ଠ ଆଇନଜୀବୀ ଦୋଳଗୋବିନ୍ଦ ଦାଶ, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର, ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ, ସାଇ ମନ୍ଦିର ଟ୍ରଷ୍ଟ ସମ୍ପାଦକ ସୁକାନ୍ତ ଲେଙ୍କା , ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ତଥା ଯୁବ ନେତା ସମିତ କୁମାର ଲେଙ୍କା ,ଜିଲ୍ଲା ବିଜେଡ଼ି ଉପସଭାପତି ଦୀପ୍ତି ଦାସ, ପୁନଙ୍ଗ ପଞ୍ଚାୟତ ବିଜେଡ଼ି ସଭାପତି ସୁଜିତ ଘୋଷ,ଗଣେଶ୍ୱର ମାଣିଆ, ଦେବେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଦୀପଦାନ କରି ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.