banner
Breaking

ଦେବୀ ନଦୀରେ ବଢୁଛି ପାଣି। ଚିନ୍ତାରେ ଅଞ୍ଚଳବାସୀ

0

ଜଗତସିଂହପୁର,୩୦/୮(ଓଡ଼ିଆ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ଦେବୀ ନଇ ରେ ବିପଦ ସଂକେତ ପାଖାପାଖି ବନ୍ୟା ଜଳ ପ୍ରବାହ ହେଉଛି ।ଆଳିପିଙ୍ଗଳ,ପାଟେଣିଗାଁ,ନାଟି ପ୍ରମୂଖ ପଞ୍ଚାୟତ ର ଚାଷ ଜମି ଜଳମଗ୍ନ ହୋଇଯାଇଛି । ଏଥିସହ ଆଳିପିଙ୍ଗଳ ପଞ୍ଚାୟତ ର ବେଲବଣ ମଠ ସମ୍ପୂର୍ଣ ପାଣି ଘେରରେ ରହିଛି,ମଠ ଭିତରେ ବାବାଙ୍କ ସହ କିଛି ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି,ସନ୍ଧ୍ୟା 6.00 ସମୟରେ ମିଳିଥିବା ସୂଚନା ଅନୁଯାଇ ଆଳିପିଙ୍ଗଳ ଠାରେ ବିପଦ ସଙ୍କେତ ୧୧.୭୬ମିଟର ଥିବାବେଳେ ବର୍ତ୍ତମାନ ଜଳ ସ୍ତର ୧୧.୨୩ ମିଟରରେ ରହିଛି,ସେହିପରି ମାଛଗାଁ ଠାରେ ବିପଦ ସଙ୍କେତ ୧୩ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୪.୫ ଫୁଟ ରହିଛି,ନଦୀ କୂଳିଆ ଅଞ୍ଚଳ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି,

Khansweb Solution Bhubaneswar

Leave A Reply

Your email address will not be published.