banner
Breaking

ପୋଖରୀରେ ବୁଡି ଦୁଇଜଣଙ୍କ ମୃତ୍ୟୁ।

0

ଜଗତସିଂହପୁର,୧୫।୮(ବ୍ୟୁରୋ):ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନାର ଖନ୍ଦୋଳ ଗାଁ ପୋଖରୀରେ ବୁଡ଼ି ଶନିବାର ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ନିକଟସ୍ଥ ତୁଳଙ୍ଗ ଗାଁର ପ୍ରତ୍ୟୁଷ ବିଶ୍ୱାଳ ଓ ଆୟୁଷ ବିଶ୍ୱାଳ। ପ୍ରତ୍ୟୁଷ ଓ ଆୟୁଷ ନବମ ଶ୍ରେଣୀରେ ପଢନ୍ତି। ସବୁଦିନ ଭଳି ସେମାନେ ଶନିବାର ପାଠ ପଢିବାକୁ ନିକଟସ୍ଥ କୋଟପୁର ଗ୍ରାମକୁ ଯାଇଥିଲେ। ସେଠାରୁ ଫେରିବାବେଳେ ଉକ୍ତ ପୋଖରୀରେ ଗାଧୋଉଥିବାବେଳେ ଗୋଡ ଖସିଯିବାରୁ ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଏରସମା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ସେଠାରୁ ଜଗତ୍‌ସିଂହପୁର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.