banner
Breaking

ୟୁଥ କ୍ଲବ ପକ୍ଷରୁ ମାସ୍କ ଓ ସାନିଟାଇଜର ବଣ୍ଟନ।

0

ଜଗତସିଂହପୁର,୧୩/୮(ଓଡ଼ିଆ ନ୍ୟୁଜ):ସମଗ୍ର ବିଶ୍ୱ ଆଜି କରୋନା ମହାମାରୀରେ କବଳିତ,ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଲୋକଙ୍କୁ ସଚେତନ କରିବା ପାଇଁ ଆଗକୁ ବାହାରିଛି ୟୁଥ କ୍ଲବ। ଗତ କାଲି ଜଗତସିଂହପୁର ସହର ସ୍ଥିତ ୟୁଥ କ୍ଲବ ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ସମୁଖରେ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ସହଯୋଗରେ ମାସ୍କ ଓ ସାନିଟାଇଜର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |

ଏହି କାର୍ଯ୍ୟକ୍ରମରେ ୟୁଥ କ୍ଲବର ସଭାପତି ସ୍ୱାଧୀନ ସ୍ୱାଇଁ, ଉପସଭାପତି ପ୍ରଶାନ୍ତ ଚୌଧୁରୀ, ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ସହ-ସମ୍ପାଦକ ଲୋକନାଥ ସ୍ୱାଇଁ, କୋଷାଧକ୍ଷ ଆଶିଷ ଗୋଛାୟତ, ଅନିଲ ଦାସ, ରାକେଶ ରାଉତ,ଅଜିତ ପଢ଼ିହାରୀ, ଦେବବ୍ରତ ମହାପାତ୍ର, ଦିପକ କୁମାର ନାୟକ, ରାହୁଲ ସ୍ୱାଇଁ, ସୌଭାଗ୍ୟ ସ୍ୱାଇଁ,ଶୁଭେନ୍ଦୁ ପଟ୍ଟନାୟକ, ଅଭିଷେକ ପରିଡା ଓ ମଳୟ ସୋରୁଭ ସେଠୀ ପ୍ରମୂଖ ଉପସ୍ଥିତି ରହି କିଭଳି ଭାବରେ କରୋନା ମହାମାରୀକୁ ମୁକାବିଲା କରାଯାଇପାରିବ ସେ ବିଷୟରେ ସଚେତନତାର ବାର୍ତ୍ତା ଦେଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.