banner
Breaking

ଅଧାପନ୍ତରିଆ ରାସ୍ତାକାମ ବଢୁଛି ଦୁର୍ଘଟଣା।

0

ଜଗତସିଂହପୁର,୧୩/୮(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସଅଁରା ପଞ୍ଚାୟତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ସଡକଯୋଜନାରେ ନିର୍ମିତ ସଅଁରା-ଧୂଆଁପାରୀ ରାସ୍ଥାରେ ଅନିୟମତା ହୋଇଥିବାର ଅଭିଯୋଗ ଆସିଛି।ଏହି ରାସ୍ତାର ପିଚୁ କାମ ସମ୍ପୂର୍ଣ ହୋଇନଥିବା ବେଳେ ଦୁଇ ମାସ ତଳେ ହୋଇଥିବା ପିଚୁ ଉଠିଗଲାଣି। ଅନ୍ୟପଟେ ରାସ୍ଥା ମଝିରେ ଥିବା ଇଲେକ୍ଟ୍ରି ପୋଲ ସ୍ଥାନାନ୍ତରିତ ହୋଇନଥିବାରୁ ରାତ୍ରି ସମୟରେ ଗାଡି ଚାଳକମାନେ ଦୂର୍ଘଟଣାର ଶିକାର ହେବା ନଜରକୁ ଆସିଛି।
ଗ୍ରାମବାସୀଙ୍କ ତରଫରୁ ବିଭାଗୀୟ ଅଧିକରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।ଏନେଇ ମଧ୍ୟ ମେରି ସଡକ ଆପ ମାଧ୍ୟମରେ ଅନଲାଇନ ଅଭିଯୋଗ କରାଯାଇଅଛି,ବିଭାଗୀୟ ଅଧିକାରୀ ଏ ନେଇ କିଛି ପଦକ୍ଷେପ ନନେଲେ ଗ୍ରାମବାସୀମାନେ ରାଜରାସ୍ଥାକୁ ଓହ୍ଲେଇବେ ବୋଲି ଚେତାବନୀ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.