banner
Breaking

ଜଗତସିଂହପୁରରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଉଦଘାଟିତ।

0

ଜଗତସିଂହପୁର,୯/୮(ଓଡ଼ିଆ ନ୍ୟୁଜ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଜଗତସିଂହପୁରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଉଦଘାଟନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ ।ଏହି ଶିବିରରେ ୭୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଶିବିର ୭ଦିନ ପର୍ଯ୍ୟନ୍ତ ଚାଲୁ ରହିବ।


ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ସଦସ୍ୟା ତଥା ଜିଲ୍ଲା ପରିଷଦ ସଭ୍ୟା ଡେଜାଲିନ ମହାପାତ୍ର,ଜିଲ୍ଲା କୃଷକ ବିଜେଡ଼ି ସଭାପତି ପ୍ରକାଶ ବସ୍ତିଆ,ଜୀବନ ବିନ୍ଦୁ ସଂଯୋଜକ ମଧୁସୂଦନ ସାହୁ,ପୂର୍ବତନ ପାରିଷଦ ହେମନ୍ତ ଲେଙ୍କା,ବରିଷ୍ଠ ଆଇନଜୀବି ଦୋଳଗୋବିନ୍ଦ ଦାଶ, ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର,ବ୍ଲକ ବିଜେଡ଼ି ସଭାପତି ମନୋଜ ଭୋଇ ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ସମିତ କୁମାର ଲେଙ୍କା,ଜିଲ୍ଲା ବିଜେଡ଼ି ଉପସଭାପତି ଦୀପ୍ତି ଦାସ, ଯୁବ ନେତା ସରୋଜ ବିଶ୍ଵାଳ,ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ରଶ୍ମୀ ରଞ୍ଜନ ଚୌଧୁରୀ,କଟକ ଜୋନ ଛାତ୍ର ଉପସଭାପତି ପ୍ରଭୃତି ମହାପାତ୍ର, ରଘୁନାଥପୁର ବ୍ଲକ ଛାତ୍ର ବିଜେଡ଼ି ସଭାପତି ଜୋସେଫ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.