banner
Breaking

ଜଗତସିଂହପୁର ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

0

ଜଗତସିଂହପୁର,୭/୮(ଓଡ଼ିଆ ନ୍ୟୁଜ): ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ କୋଭିଡ ନିୟମାବଳୀ ଅନୁଯାୟୀ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଚଳିତ ବର୍ଷ କରୋନା ମହାମାରୀର ଦୃତ ସଂକ୍ରମଣ ହେତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପାଳନ କରାଯିବ । ଏ ବର୍ଷ ସମ୍ମିଳିତ ପ୍ୟାରେଡରେ କଲେଜ ଓ ସ୍କୁଲ୍ ଛାତ୍ର ଛାତ୍ରୀମାନେ ଅଂଶଗ୍ରହଣ କରିବେ ନାହିଁ ।ପ୍ୟାରେଡରେ କେବଳ ପୋଲିସ ଓ ଗୃହରକ୍ଷୀ ବାହିନୀ ଅଂଶ ଗ୍ରହଣ କରିବେ ।ଶିକ୍ଷାନୁଷ୍ଠାନ ଗୁଡିକ କରୋନା କଟକଣା ଯୋଗୁ ବନ୍ଦ ଥିବାରୁ କୌଣସି ପ୍ରତିଯୋଗିତା ହେବ ନାହିଁ ।ସ୍ୱଳ୍ପ ଲୋକଙ୍କ ଉପସ୍ଥିତିରେ ଚଳିତ ବର୍ଷ ସ୍ଵାଧୀନତା ଦିବସ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।ଏହା ବ୍ୟତୀତ ସାଧାରଣ ଦର୍ଶକମାନଙ୍କୁ ମଧ୍ୟ ପ୍ୟାରେଡ ପଡ଼ିଆରେ ଏକାଠି ହେବାକୁ ବାରଣ କରାଯାଇଛି ।ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବାତିଲ କରାଯାଇଛି ।ସକାଳୁ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା କରାଯାଉଥିବା ପ୍ରଭାତ ଫେରି କୁ ବନ୍ଦ କରାଯାଇଛି ଏଥିସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜେଲର ଅନ୍ତେବାସୀମାନଙ୍କ ଫଳ ବଣ୍ଟନ କରାଯିବ ନାହି ।ବିଭିନ୍ନ ଅନୁଷ୍ଠାନ ମାନେ ସକାଳ ୭ ଘଟିକା ୩୦ ମିନିଟ ସମୟରେ ନିଜ ଅନୁଷ୍ଠାନରେ କୋଭିଡ ନିୟମାବଳୀ ମାର୍ଗଦର୍ଶିକା ଅନୁଯାୟୀ ଜାତୀୟ ପତାକା ଉତ୍ତୋଳନ କରିବେ ।ମୁଖ୍ୟ ଅତିଥି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ସକାଳ ୯.୧୫ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ ।ଉତ୍ସବ ପାଳନ ସମୟରେ ସାମାଜିକ ଦୂରତା ଓ ମାସ୍କ ପରିଧାନ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ଵନାଥ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲିକ , ବିଶିଷ୍ଟ ବ୍ୟକ୍ତି ,ଆଇନଜୀବି ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.