banner
Breaking

ସୁନାମୀ ପ୍ରସ୍ତୁତିରେ ଜଗତସିଂହପୁର ଜିଲ୍ଲାକୁ ଆନ୍ତର୍ଜାତୀୟ ମାନ୍ୟତା

0

ଜଗତସିଂହପୁର,୭/୮(ଓଡ଼ିଆ ନ୍ୟୁଜ): ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ଗ୍ରାମପଞ୍ଚାୟତର ନୋଳିଆସାହି ଗ୍ରାମକୁ ମିଳିତ ଜାତିସଂଘର ୟୁନେସ୍କୋ ଦ୍ଵାରା ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।ଏହି ଭଳି ଅନନ୍ୟ ମାନ୍ୟତା ପାଇବାରେ ନୋଳିଆସାହି କେବଳ ଭାରତରେ ନୁହେଁ ବରଂ ଭାରତ ମହାସାଗର ଅଞ୍ଚଳର ପ୍ରଥମ ଗ୍ରାମ ଅଟେ ।ୟୁନେସ୍କୋ ଦ୍ଵାରା ଆଜି ଆୟୋଜିତ ଏକ ଭିଡ଼ିଓ କନଫରେନ୍ସ ଜରିଆରେ ଏହା ବିଧିବଦ୍ଧ ଘୋଷଣା କରାଯିବା ସହିତ ନୋଳିଆସାହିର ଗ୍ରାମବାସୀ ,ସରପଞ୍ଚ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସମ୍ପାଦକଙ୍କୁ ମାନ୍ୟତା ପ୍ରଦାନ କରାଯାଇଛି ।ଆଜି ଜିଲ୍ଲାର ନୋଳିଆସାହି ଏହି ମାନ୍ୟତା ପାଇବା ପରେ ଜିଲ୍ଲାପାଳ ନିଜର ଖୁସିବ୍ୟକ୍ତ କରିବା ସହିତ ଗ୍ରାମବାସୀ,ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଅଭିନନ୍ଦନ ଜଣାଇବା ସହିତ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।ଆଜିର ଏହି ଅନ୍ତର୍ଜାତୀୟ ଭିଡ଼ିଓ କନଫରେନ୍ସ ରେ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଅଜୟ କୁମାର ମହାନ୍ତି,ଏରସମା ବିଡ଼ିଓ ଶ୍ରୀ କୈଳାସ ଚନ୍ଦ୍ର ବେହେରା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଗଡହରିଶପୁର ସରପଞ୍ଚ ଶ୍ରୀ ଭୀମସେନ ରାଉତ,ବାତ୍ୟା ଆଶ୍ରୟସ୍ଥଳୀ କମିଟିର ସମ୍ପାଦକ ଶ୍ରୀ ଦରିଦ୍ର ମଞ୍ଜନ ବେହେରା ଏବଂ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜ୍ଞାନେନ୍ଦ୍ର କୁମାର ସାହୁ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.